17.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶରାଜଧାନୀରେ ଭୟଙ୍କର ବର୍ଷା ; ପାଣିରେ ଭାସି ୨ ପିଲା ମୃତ

ରାଜଧାନୀରେ ଭୟଙ୍କର ବର୍ଷା ; ପାଣିରେ ଭାସି ୨ ପିଲା ମୃତ

ନୂଆଦିଲ୍ଲୀ : ପ୍ରବଳ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ। ଭୟଙ୍କର ବର୍ଷା ପରେ ସୃଷ୍ଟି ହୋଇଛି ଜଳ ପ୍ରଳୟ ସ୍ଥିତି। ନ୍ୟୁ ଉସମାନପୁର ଅଞ୍ଚଳରେ ବର୍ଷା ପାଣିରେ ଦୁଇ ପିଲା ଭାସି ଯିବାରୁ ସେମାନଙ୍କର ମୃତ୍ୟୁ ହୋଇଛି। ରାସ୍ତାରେ ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଯାଛି। ଏପରିକି ଲୋକଙ୍କ ଘରେ ମଧ୍ୟ ପଣି ପଶିଯିବାରୁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଗତ ଦୁଇ ମାସ ଧରି ରାଜଧାନୀରେ ପ୍ରବଳ ଗରମରେ ଆଉଟୁ ପାଉଟୁ ହେଉଥିଲେ ଲକେ। ମୌସୁମୀ ପାଇଁ ତରସି ଯାଇଥିବା ଦିଲ୍ଲୀବାସୀଙ୍କୁ ତାତିରୁ ତ୍ରାହି ମିଳିଛି ସତ ହେଲେ ପ୍ରବଳ ବର୍ଷା ଯୋଗୁ ଅବସ୍ଥା ଆହୁରି ଖରାପ ହୋଇଯାଇଛି। ଶୁକ୍ରବାର ଦିନ ଦିଲ୍ଲୀରେ ଗତ ତିନି ଦଶନ୍ଧି ମଧ୍ୟରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଅନେକ ଗାଡି ପାଣିରେ ବୁଡି ଯିବା ଲାଗି ଲୋକେ ଯତାୟତ ଏକ ପ୍ରକାର ଠପ୍‌ ହୋଇଯାଇଛି। ଦିଲ୍ଲୀ ବିଭିନ୍ନ ଭିଆଇପି ଅଞ୍ଚଳରେ ମଧ୍ୟ ପାଣି ପଶିଛି। ସେପଟେ ଏହାକୁ ଦୃଷ୍ଟିରେ ରଖି ଡିଟିସି ଟିମ୍‌କୁ ଅଣ୍ଡରପାସ୍‌ରେ ନିୟୋଜିତ କରାଯାଇଥିବା ପରିବହନ ମନ୍ତ୍ରୀ କୌଳାଶ ଗେହଲଟ ସୂଚନା ଦେଇଛନ୍ତି। ଅନ୍ୟପଟେ ସ୍ଥିତିର ଅନୁଧ୍ୟାନ ପାଇଁ ଏଲ୍‌ଜି ଭିକେ ସାକ୍ସେନା ମଧ୍ୟ ଏକ ଜରୁରୀକାଳୀନ ବୈଠକ କରିଛନ୍ତି। ସ୍ଥିତି ସୁଧାରିବା ପାଇଁ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ସ୍ଥାପିତ କରିବା ପାଇଁ ଓ ପାଣି ପମ୍ପ ଲଗାଇ ଜଳ ନିଷ୍କାସନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜିଠୁ ଦୁଇ ଦିନ ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି କରିଛି ଆଇଏମଡି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking