24.9 C
Bhubaneswar
Tuesday, April 7, 2026
Homeଦେଶ ବିଦେଶମୂଷା ମରା ଔଷଧ ମଧ୍ୟ ପିଇ ଚାଲିଗଲା ନାବାଳିକା ଦୁଷ୍କର୍ମୀଙ୍କ ଜୀବନ

ମୂଷା ମରା ଔଷଧ ମଧ୍ୟ ପିଇ ଚାଲିଗଲା ନାବାଳିକା ଦୁଷ୍କର୍ମୀଙ୍କ ଜୀବନ

ତାମିଲନାଡୁ : ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ଏନଟିକେର ପୂର୍ବତନ କାର୍ଯ୍ୟକର୍ତ୍ତା ମୃତ । ମୂଷା ମରା ବିଷ ପିଇବାରୁ ଏନଟିକେର ପୂର୍ବତନ କାର୍ଯ୍ୟକର୍ତ୍ତା ଏନ ଶିବରମଣର ମୃତ୍ୟୁ ଘଟିଛି। ତାମିଲନାଡୁର ସାଲେମ ଠାରେ ଥିବା ଗୋଟିଏ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛି। ପୁଲିସ୍‌ ଦୁଷ୍କର୍ମ ଅଭିଯୋଗରେ ତା’କୁ ଧରିବାକୁ ଯାଇଥିବା ବେଳେ ସେ ଖସି ଯିବାକୁ ଚେଷ୍ଟା କରୁଥିଲା। ଏହି ସମୟରେ ସେ ମୂଷା ମରା ଔଷଧ ମଧ୍ୟ ପିଇ ଦେଇଥିଲା। ତଥାପି ପୁଲିସ୍‌ ତା’କୁ ଗିରଫ କରିଥିଲା। ଗିରଫ ପରେ ତା’ର ଚିକିତ୍ସା ଚାଲିଥିଲେ ହେଁ ଆଜି ସେ ପ୍ରାଣ ହରାଇଛି। ୩୦ ବର୍ଷୀୟ ଶିବରମଣକୁ ପୁଲିସ୍‌ ଅଗଷ୍ଟ ୧୮ ତାରିଖରେ ଗିରଫ କରିବାକୁ ଯାଇଥିଲା। ଏହି ସମୟରେ ସେ ଖସି ଯିବାକୁ ଚେଷ୍ଟା କରି ଅସଫଳ ହୋଇଥିଲା। କିନ୍ତୁ ଏହି ଧରପଗଡ଼ ଭିତରେ ତା’ର ଗୋଡ଼ ଭାଙ୍ଗି ଯାଇଥିଲା। ତେଣୁ ତା’କୁ ଗିରଫ ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲ। ଚିକିତ୍ସା ଚାଲିଥିବା ବେଳେ ସେ ବିଷ ପିଇଥିବା ମଧ୍ୟ ପୁଲିସ୍‌ ଆଗରେ ସ୍ୱୀକାର କରିଥିଲା।ସ୍ଥାନୀୟ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ତା’କୁ ସାଲେମ ସ୍ଥିତ ସରକାରୀ ହସ୍ପିଟାଲକୁ ଅଣାଯାଇଥିଲା। ତେବେ ଡାକ୍ତର ଟିମର ସବୁ ପ୍ରକାରର ଚେଷ୍ଟା ସତ୍ତ୍ୱେ ଶିବରମଣ ଆଜି ସକାଳେ ପ୍ରାଣ ହରାଇଛି। ଅଧିକାରୀମାନଙ୍କ କହିବା କଥା ଯେ ଗତ ମାସରେ ମଧ୍ୟ ପାରିବାରିକ ବିବାଦ ଯୋଗୁ ଶିବରମଣ ବିଷ ପିଇଥିଲା। ଏଥିଯୋଗୁ ଗୋଟିଏ ଘରୋଇ ହସ୍ପିଟାଲରେ ୮ରୁ ୯ ଦିନ ଧରି ତା’ର ଚିକିତ୍ସା କରାଯାଇଥିଲା। ଏବେ ସେ ପୁଣି ମୂଷା ମରା ଔଷଧ ଖାଇ ଆଖି ବୁଜିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking