32.1 C
Bhubaneswar
Thursday, March 26, 2026
Homeଅପରାଧମା’ଙ୍କୁ ଖଣ୍ଡ ଖଣ୍ଡ କରି ହାଣିଲା ଝିଅ

ମା’ଙ୍କୁ ଖଣ୍ଡ ଖଣ୍ଡ କରି ହାଣିଲା ଝିଅ

ୱାଶିଂଟନ୍‌:  ଜଣେ ଯୁବତୀ ନିଜ ମା’ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ, ଶରୀରର ବିଭିନ୍ନ ଅଙ୍ଗ କାଟିବା ପରେ ଯୁବତୀ ଏହାକୁ ଓଭାନରେ ରାନ୍ଧିଥିଲେ। ଏହି ନିର୍ମମ ହତ୍ୟା ବିଷୟରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଘର ଭିତରେ ଥିବା ଘଟଣା ଦେଖି ଭୟଭୀତ ହୋଇପଡିଥିଲା। ପୋଲିସ ଘରେ ରକ୍ତ ଜୁଡୁବୁଡୁ ଅସ୍ତ୍ର ଏବଂ ଶରୀରର ଅଙ୍ଗ ଜବତ କରିଛି। ଏହି ଲୋମଟାଙ୍କରା ଘଟଣା ଆମେରିକାର କେଣ୍ଟୁକିରେ ଘଟିଛି।

୩୨ ବର୍ଷିୟା ଟୋରିଲିନା ଫିଲ୍ଡସ ନିଜ ମା’ ଟ୍ରୁଡି ଫିଲ୍ଡସଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସର ସୂଚନାନୁସାରେ, ସେ ଯାଦୁକରୀ ଅଭ୍ୟାସ କରୁଥିଲେ, ଯାହା ତାଙ୍କ ମା’ଙ୍କ ସହ ସମ୍ପର୍କକୁ ତିକ୍ତ କରିଦେଇଥିଲା। ଏହି ହତ୍ୟା ପଛରେ ମାନସିକ ଅସ୍ଥିରତା କିମ୍ବା ଅନ୍ୟାନ୍ୟ ଗଭୀର ମାନସିକ କାରଣ ଥାଇପାରେ, ଯାହା ଅନୁସନ୍ଧାନ ସମୟରେ ଅଧିକ ସ୍ପଷ୍ଟ ହେବ। ଟୋରିଲିନା ଯାଦୁରେ ବିଶ୍ୱାସ କରୁଥିଲେ। ସେ ଏହାକୁ ଘରେ ଅଭ୍ୟାସ କରୁଥିଲେ। ଏଥିପାଇଁ ତାଙ୍କ ମା’ ସହିତ ସମ୍ପର୍କ ଭଲ ନ ଥିଲା। ଅଭିଯୋଗ ହୋଇଛି ଯେ, ସେ ତାଙ୍କ ମା’ଙ୍କ ଉପରେ ଯାଦୁକରୀ ମଧ୍ୟ ବ୍ୟବହାର କରିଥିଲେ। ପୋଲିସ ବର୍ତ୍ତମାନ ଏହି ଘଟଣାର ଅନୁସନ୍ଧାନ କରୁଛି। ବର୍ତ୍ତମାନ ମହିଳାଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କୁ ପଚରାଉଚରା ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking