25.1 C
Bhubaneswar
Monday, January 12, 2026
Homeଓଡିଶାମାଆ ତାରା ତାରିଣୀଙ୍କ ମହାସ୍ନାନ

ମାଆ ତାରା ତାରିଣୀଙ୍କ ମହାସ୍ନାନ

ବ୍ରହ୍ମପୁର: ମାଆ ତାରା ତାରିଣୀଙ୍କ ମନ୍ଦିରରୁ ଚୋରି ଘଟଣାରେ ସେବାୟତ ମାନେ କରିବେ ମହାସ୍ନାନ । ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କର ଆଜି ମହାସ୍ନାନ। ଚୋରମାନେ ମା’ଙ୍କୁ ସ୍ପର୍ଶ କରିଥିବା ଯୋଗୁ ୧୦୮ ଗରା ଜଳରେ ମା’ଙ୍କର ମହାସ୍ନାନ କରାଯିବ। ପ୍ରଥମେ ପୂଣ୍ୟତୋୟା ଋଷିକୂଲ୍ୟା ନଦୀ ନିକଟରେ ଏକତ୍ରିତ ହେବେ ସେବାୟତ ପରିବାରର ମା’ ଭଉଣୀମାନେ। ନଦୀରେ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ପରେ ୧୦୮ ଗରାରେ ପାଣି ଆଣି ୯୯୯ ପାହାଚ ଚଢ଼ି ସେବାୟତ ପରିବାରର ମା’ ଭଉଣୀମାନେ ମନ୍ଦିର ଉପରକୁ ଯିବେ। ସେଠାରେ ମା’ଙ୍କର ମହାସ୍ନାନ କରାଯିବ। ଏହା ସହ ବିଭିନ୍ନ ରୀତିନୀତିରେ ମା’ଙ୍କର ପୂଜାର୍ଚ୍ଚନା କରାଯିବ। ତେବେ ସୂଚନା ଅନୁଯାଇ , ଅଳଙ୍କାର ଓ ହୁଣ୍ଡି ଟଙ୍କା ଲୁଟର ତଦନ୍ତ କରୁଛି ପୋଲିସ । ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରିନି ପୋଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking