28.1 C
Bhubaneswar
Saturday, October 5, 2024
Homeଅପରାଧମର୍ଣ୍ଣିଂୱାକ୍‌ରୁ ଫେରୁଥିବା ଆର୍‌ଜେଡି ନେତାଙ୍କୁ ଗୁଳି ମାଡ଼

ମର୍ଣ୍ଣିଂୱାକ୍‌ରୁ ଫେରୁଥିବା ଆର୍‌ଜେଡି ନେତାଙ୍କୁ ଗୁଳି ମାଡ଼

ପାଟନା:  ମର୍ଣ୍ଣିଂୱାକ୍‌ରୁ ଫେରୁଥିବା ଜଣେ ଆରଜେଡି ନେତାଙ୍କୁ ଗୁଳିମାଡ଼ ହୋଇଛି । ତାଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରିପୋର୍ଟ ଅନୁସାରେ ବିହାରର ମୁଙ୍ଗେର ଅଞ୍ଚଳରେ ରାଷ୍ଟ୍ରୀୟ ଜନତା ଦଳର ବରିଷ୍ଠ ନେତା ତଥା ରାଜ୍ୟ ସାଧାରଣ ସମ୍ପାଦକ ପଙ୍କଜ ଯାଦବ ସପରିବାର ବସବାସ କରନ୍ତି । ସବୁଦିନ ପରି ଗୁରୁବାର ସକାଳୁ ମଧ୍ୟ ସେ ମର୍ଣ୍ଣିଂୱାକ୍‌ରେ ଯାଇଥିଲେ । ତେବେ ସେ ଘରକୁ ଫେରିବା ବାଟରେ ୨/୩ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ସେ ଚେତାଶୂନ୍ୟ ହୋଇପଡିଥିଲେ । ସ୍ଥାନୀୟ ଲୋକେ ପୁଲିସ୍‌କୁ ଏସମ୍ପର୍କରେ ସୂଚନା ଦେବା ସହ ତାଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ତାଙ୍କ ଚିକିତ୍ସା ଜାରି ରହିଛି । ସେପଟେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛି । ଅପରାଧିଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରହିଛି । ସିସିଟିଭି ଫୁଟେଜ୍‌ରୁ ୩ଜଣ ଦୁର୍ବୃତ୍ତ ମୁହଁରେ କପଡ଼ା ବାନ୍ଧି ଗୁଳିମାଡ଼ କରିବା ପରେ ଫେରାର ହୋଇଯାଉଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking