ଭୁବନେଶ୍ୱର: ଲାଞ୍ଚ ନେବା ବେଳ ଅଡିଟରଙ୍କୁ ବାନ୍ଧିଲା ଭିଜିଲାନ୍ସ । ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ କାର୍ଯ୍ୟାଳୟର ଅଡିଟର ଅମ୍ବିକା ପ୍ରସାଦ ରଥ ଗିରଫ ହୋଇଛନ୍ତି । ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଛି । ଚଢାଉ ବେଳେ ତାଙ୍କ ଠାରୁ ପ୍ରାୟ ୨୯ ଲକ୍ଷ ଟଙ୍କା ଠାବ ହୋଇଛି । କିଛି ଦିନ ତଳେ ଖୋର୍ଦ୍ଧା ଡିଗ୍ରି କଲେଜର ଜଣେ କର୍ମଚାରୀଙ୍କୁ ଏମଏସପି ଯୋଜନା ଅଧୀନରେ ସେବା ଯାଞ୍ଚ ଓ ପେ ଫିକ୍ସେସେନ ଠିକ କରି ଦରମା ଉଠାଇବା ପାଇଁ ୪ ହଜାର ଟଙ୍କା ଦାବି କରିଥିଲେ । ଟଙ୍କା ଦେଲେ ଯୋଜନାର ସୁବିଧା ମିଳିବ ବୋଲି କହିଥିଲେ । କର୍ମଚାରୀ ଜଣଙ୍କ ଘଟଣା ସମ୍ପର୍କରେ ଭିଜିଲାନ୍ସକୁ ଜଣାଇଥିଲେ ଯୋଜନା ମୁତାବକ ଗତକାଲି ସନ୍ଧ୍ୟାରେ ଶ୍ରୀ ରଥ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା । ପରେ ତାକୁ ଭିଜିଲାନ୍ସ ସେଲ୍କୁ ଆଣି ଜେରା କରାଯାଇଛି । ସେହିପରି ଆୟବହିର୍ଭୂତ ସମ୍ପତି ଠୁଳ ଦିଗକୁ ନେଇ କରାଯାଇଛି । ଚଢ଼ାଉ ଡ୍ରୟରରୁ ୧.୨୮ଲକ୍ଷ ଟଙ୍କା ଜବତ କରାଯାଇଥିବା ବେଳେ ମଧୁସୂଦନନଗର ବାସଭବନରୁ ନଗଦ ୨୭ଲକ୍ଷ ୪୨ ହଜାର ୯ଶହ ଟଙ୍କା ଜବତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ମୋଟ୍ ୨୮ ଲକ୍ଷ ୭୦ ହଜାର ୯ଶହ ଟଙ୍କା ଜବତ ହୋଇଥିବା ବେଳେ ଶ୍ରୀ ରଥଙ୍କ ଆୟ ବହିର୍ଭୂତ ସମ୍ପତ୍ତି ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।










