ଯାଜପୁର: ବିନା ବର୍ଷାରେ ମୁଖ୍ୟ ରାସ୍ତା ଉପରେ ଭାସୁଛି ପାଣି। ଯାଜପୁର ପାଣିକୋଇଲି ମୁଖ୍ୟରାସ୍ତାର ଆଙ୍କୁଲା ଛକ ନିକଟରେ କୁତ୍ରିମ ବନ୍ୟା ପରିସ୍ଥିତି ଦେଖାଦେଇଛି । ରୁଢ଼ିଆ ଯାଜପୁର ଟାଉନ ମୁଖ୍ୟ କେନାଲରେ ପାଣି ଓଭରଫ୍ଲୋ ହୋଇ ଏଭଳି ସମସ୍ୟା ଦେଖାଦେଇଛି । ଜଳ ସମ୍ପଦ ବିଭାଗର ଖାମଖିଆଲି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପ୍ରାୟ ଭୋର ୩ଟା ରୁ ଯାଜପୁର -ପାଣିକୋଇଲି ମୁଖ୍ୟ ରାସ୍ତାରେ ପାଣି ଭାସିବା ଆରମ୍ଭ ହୋଇଥିଲା। ଉପର ମୁଣ୍ଡ ଗେଟ ଖୋଲା ଥିବା ବେଳେ ତଳ ମୁଣ୍ଡ ଗେଟ ବନ୍ଦ ଯୋଗୁ ପାଣି ବନ୍ଧ ବୁଡି ରାସ୍ତାରେ ବୋହୁଛି। ଫଳରେ ଆଙ୍କୁଲା ଗ୍ରାମବାସୀଙ୍କ ବିଭିନ୍ନ ଲୋକଙ୍କ ଦୋକାନ ଠାରୁ ଆରମ୍ଭ କରି ବାସଗୃହରେ ପାଣି ପଶି ଲୋକମାନେ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ପ୍ରଶାସନଙ୍କ ଅବହେଳା ପାଇଁ ଏଭଳି ପରିସ୍ଥିତି ବାରମ୍ବାର ଉପୁଜୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। କେନାଲ ବନ୍ଧର ନିମ୍ନମାନ କାର୍ଯ୍ୟ ଓ ଉଚତା କମ ଯୋଗୁ ବାରମ୍ବାର କେନାଲ ପାଣି ଓଭର ଫ୍ଲୋ ହେଉଛି । ନିକଟରେ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ଓ ଜଳ ସେଚନ ବିଭାଗ ର ନିର୍ବାହୀ ଯନ୍ତ୍ରୀ କାର୍ଯାଳୟ ଥାଇ ଏପରି ଅଭାବନିୟ ସୃଷ୍ଟି ହେଉଛି ଜିଲ୍ଲା ଗ୍ରାମା ଅଂଚଳ ରେ କଣ ହୋଇ ନ ପାରେ ତାହା ପ୍ରଶ୍ନ ବାଚୀ ରେ ରହି ଯାଉଛି।










