କଟକ : କଟକ ନିଶ୍ଚିନ୍ତକୋଇଲି ବ୍ଲକ ହାଣ୍ଡିଭଙ୍ଗା ଗାଁରେ ଅଘଟଣ । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ । ମୃତକ ଭାବଗ୍ରାହୀ ମଲ୍ଲିକ ବୋଲି ଜଣାପଡିଛି। ଆଜି ସକାଳୁ ଭାବଗ୍ରାହୀ କୌଣସି କାମରେ ଘରୁ ବାହାରି ବଜାରକୁ ଯାଇଥିଲେ। ହେଲେ ଫେରିବା ସମୟରେ ରାସ୍ତାରେ ଛିଣ୍ଡି ପଡିଥିବା ଏକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ ଏଭଳି ଅଘଟଣ ଘଟିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।










