କନ୍ଧମାଳ: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ବ୍ଲକ ବ୍ରାହ୍ମଣୀଗାଁ ସ୍ଥିତ ପୋଡାଶଙ୍ଖରେ ବସ ଓ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହୋଇଥିବା ଖବର ମିଳିଛି । ଏହା ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ଆଜି ସକାଳେ ବ୍ରାହ୍ମଣୀଗାଁ ବଜାର ଠାରୁ ଦେଢ କିଲୋମିଟର ଦୂର ପୋଡାଶଙ୍ଖ ଠାରେ ଦୁର୍ଘଟଣା ଘଟିଛି । ମୃତ ବ୍ୟକ୍ତି ହେଲେ କିନାରୀଗାଁର ପ୍ରକାଶ ବଡାଇକ ଓ ଗୁରୁତର ବ୍ୟକ୍ତି ହେଲେ ଉକ୍ତ ଗ୍ରାମର ଯୁକ୍ତ ଦୁଇ ଛାତ୍ରୀ ପୀଜାରୀଣୀ ପାତ୍ର । ଗୁରୁତର ଚାତ୍ରୀଙ୍କୁ ୧୦୮ ଆମ୍ବୁଲାନ୍ସରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତ ଶରୀର ରାସ୍ତା ଉପରେ ରଖି ଶତାଧିକ ଲୋକ ରାସ୍ତାରୋକ କରିଛନ୍ତି ।










