ନୂଆଦିଲ୍ଲୀ : ପ୍ୟାରିସ ଅଲିମ୍ପିକ୍ସ ; ଭାରତକୁ ଆଉ ଏକ ପଦକ । ଏୟାର ପିସ୍ତଲ ମିକ୍ସ ଇଭେଣ୍ଟରେ ଭାରତ ବ୍ରୋଞ୍ଜ ପଦକ ଜିତିଛି । ୧୦ ମିଟର ଏୟାର ପିସ୍ତଲ ମିକ୍ସ ଇଭେଣ୍ଟରେ ପଦକ । ମାନୁ ଭାକର ଓ ସରବଜୋତ ସିଂହ ଏୟାର ପିସ୍ତଲ ମିକ୍ସ ଇଭେଣ୍ଟରେ ଭାରତକୁ ଏହି ସଫଳତା ଦେଇଛନ୍ତି । ଗତ ୨୮ ତାରିଖରେ ଭାରତ ପ୍ରଥମ ପଦକ ଜିତିଥିବା ବେଳେ ଆଜି ଦ୍ୱିତୀୟ ପଦକ ଜିତିଛି । ଏହା ଫଳରେ ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ମୋଟ ପଦକ ସଂଖ୍ୟା ୨ରେ ପହଞ୍ଚିଛି ।