28.1 C
Bhubaneswar
Thursday, July 17, 2025
Homeଓଡିଶାପ୍ରେମ ପାଇଁ ହତ୍ୟାକାଣ୍ଡ: ଯୁବକଙ୍କୁ ଅପହରଣ ପରେ ହତ୍ୟା

ପ୍ରେମ ପାଇଁ ହତ୍ୟାକାଣ୍ଡ: ଯୁବକଙ୍କୁ ଅପହରଣ ପରେ ହତ୍ୟା

ତାଳଚେର: ପ୍ରେମ ପାଇଁ ହତ୍ୟାକାଣ୍ଡ । ଅପହରଣ ପରେ ଯୁବକଙ୍କ ଜୀବନ ନେଇଗଲେ ଦୁର୍ବୃତ୍ତ। ଗତ ୫ ତାରିଖରେ ତାଳଚେର ଶିବରାମପୁର ଜଙ୍ଗଲରେ ହୋଇଥିବା ଯୁବକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ । ପ୍ରେମ ବ୍ୟାପାର ସହ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଅପହରଣ ପରେ ହତ୍ୟା କରିଥିବା ଜଣାପଡ଼ିଛି l ସୂଚନା ମୁତାବକ, ଗତମାସ ୨୭ ତାରିଖ ଦିନ ପ୍ରାୟ ସାଢ଼େ ୧ଟାଏ ବେଳେ କୋଲିୟରୀ ଥାନା ଦେଉଳବେଡ଼ା ଗାଁର ଗୁଡ଼ୁ ଓରଫ ବିଶ୍ବଜିତ ନାଏକ ଘରେ ଖାଇ ବସିଥିବା ବେଳେ ତାଙ୍କୁ ଏକ ଫୋନ କରି ଆନନ୍ଦ ହାଟତୋଟାକୁ ଡାକିଥିଲେ। ସେହିଦିନ ସନ୍ଧ୍ୟା ପରେ ମଧ୍ୟ ବିଶ୍ବଜିତ ଘରକୁ ନ ଫେରିବାରୁ ବିଶ୍ବଜିତଙ୍କ ବାପା ବିମଳ ନାଏକ କୋଲିୟରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ୍‌ ଏକ ନିଖୋଜ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ହେଲେ ୮ ଦିନ ପର୍ଯ୍ୟନ୍ତ ପୁଲିସ୍‌ ବିଶ୍ବଜିତଙ୍କ କୌଣସି ଖୋଜ ଖବର ପାଇନଥିଲା । ପରେ ଚଳିତ ମାସ ୫ ତାରିଖ ଦିନ ତାଳଚେର ଥାନା ଶିବରାମପୁର ଜଙ୍ଗଲ ନିକଟରେ ଏକ ସ୍କୁଟି ସହିତ ଜାତୀୟ ରାଜପଥ କଡ଼ରେ ଥିବା ନାଳରେ ବିଶ୍ବଜିତଙ୍କ ଗଳିତ ମୃତ ପଡ଼ିଥିବା ପୁଲିସ୍‌ ଖବର ପାଇଥିଲା। ପରେ ବିଶ୍ବଜିତଙ୍କ ବାପା ବିମଳ ନାଏକ ଘଟଣା ସ୍ଥଳରେ ପହଞ୍ଚି ବିଶ୍ବଜିତଙ୍କ ପିନ୍ଧା କପଡ଼ା ଏବଂ ପଡ଼ିଥିବା ସ୍କୁଟରକୁ ଦେଖି ଚିହ୍ନଟ କରିଥି‌ଲେ।

ପ୍ରଥମିକ ତଦନ୍ତରୁ ପୁଲିସ୍‌ ଜାଣିବାକୁ ପାଇଥିଲା ଯେ, ବିଶ୍ବଜିତଙ୍କୁ ହତ୍ୟା କରାଯାଇ ଦୁର୍ଘଟଣାର ରୂପ ଦିଆଯାଇଛି। ଏହି ହତ୍ୟା ଘଟଣାକୁ ନେଇ ତାଳଚେର ଏସ୍‌ଡିପିଓ ଭରତ ଚନ୍ଦ୍ର ସାହୁଙ୍କ ନେତୃତ୍ବରେ ୩ଟି ଥାନାର ଅଧିକାରୀ ତଥା‌ ତାଳଚେର ବିକ୍ରମପୁର ଓ କୋଲିୟରୀ ଥାନା ଅଧିକାରୀ ଘଟଣାର ତଦନ୍ତ ଜାରି ରଖିଥିଲେ । ତଦନ୍ତ ସମୟରେ ଯଥେଷ୍ଟ ପ୍ରମାଣ ସଂଗ୍ରହ ହେବା ପରେ ଅବିଯୁକ୍ତ ଆନନ୍ଦ ନାଏକକୁ ବଲଃହର ଠାରୁ ଗିରଫ କରି କେସରେ ବ୍ୟବହୃତ ହୋଇଥିବା ଏକ କାରକୁ ଜବତ କରାଯାଇଥିବା ଜଣାପଡ଼ିଛି । ତଦନ୍ତରେ ଜଣାପଡିଲା ଯେ, ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଆନନ୍ଦ ନାଏକଙ୍କ ସହିତ ତାଙ୍କ ସହଯୋଗୀ ନନ୍ଦୁ ଓରଫ ସତ୍ୟପ୍ରକାଶ ନାଏକ ସହିତ ବିଶ୍ବଜିତ ନାଏକଙ୍କର ମନୋମାଳିନ୍ୟ ଥିଲା ତେଣୁ ଆନନ୍ଦ ନାଏକ ଓ ନନ୍ଦୁ ଓରଫ ସତ୍ୟପ୍ରକାଶ ନାଏକ ମିଶି ଅପହରଣ ଓ ହତ୍ୟା କରିବା ପାଇଁ ଯୋଜନା କରିଥିଲେ।

ଯୋଜନା ମୁତାବକ ସେମାନେ ଏକ ବେନାମୀ ମୋବାଇଲ ସିମ ଓ ଏକ ନୂଆ ମୋବାଇଲ ଫୋନ କିଣି ଗତ ମାସ ୧୫ ତାରିଖଠାରୁ ବିଶ୍ବଜିତ ସହିତ ସେହି ସିମ୍‌ରେ କଥା ହେଉଥିଲେ ଓ ଗତ ୨୭ ତାରିଖ ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ଆନନ୍ଦ ନାଏକ ଓ ନନ୍ଦୁ ଓରଫ ସତ୍ୟପ୍ରକାଶ ନାଏକ ମିଶି ବିଶ୍ବଜିତକୁ ଡାକି ଦେଉଳବେଡାରେ ଥିବା ଗ୍ରୀନଗ୍ରାସ ଷ୍ଟାଡ଼ିୟମ ପାଖକୁ ଡ଼ାକିଥିଲେ ଓ ବିଶ୍ବଜିତର ଆସିବା ବାଟକୁ ଅପେକ୍ଷା କରି ଆନନ୍ଦ ନାଏକ, ନନ୍ଦୁ ଓରଫ ସତ୍ୟପ୍ରକାଶ ନାଏକ ଓ ନନ୍ଦୁର ଜଣେ ସାଥି ଏକ କାରରେ ଅପେକ୍ଷା କରି ବସିଥିଲେ । ବିଶ୍ବଜିତ ନାଏକ ତାଙ୍କ ସ୍କୁଟିରେ ଆସି ତାଙ୍କ ପାଖରେ ପହଞ୍ଚିବା ପରେ ତାକୁ ସେମାନେ କାରର ଆଗ ସିଟରେ ବସାଇ ଅପରାହ୍ନରେ ଏକ ଡାଳ ଗାଁ ଜଙ୍ଗଲ ମଧ୍ୟକୁ ନେଇ ଅପହରଣ କରି ରଖିଥିଲେ ବିଶ୍ବଜିତର ସ୍କୁଟି ନନ୍ଦୁର ଜଣେ ସାଙ୍ଗ ଚଲାଇ ନେଇଥିଲେ। ଏକଡାଳ ଜଙ୍ଗଲରେ ସେମାନେ ଅପେକ୍ଷା କରିବା ସମୟରେ ନନ୍ଦୁର ଆଉ ଦୁଇ ଜଣ ସାଙ୍ଗ ଓ ସ୍କୁଟି ନେଇ ଯାଇଥିବା ସାଥି ସେଠାରେ ଏକତ୍ରିତ ହୋଇଥିଲେ।

ପରେ ତାଙ୍କୁ ଶିବରାମପୁର ଜଙ୍ଗଲ ନିକଟ ରାସ୍ତାରେ ମାଡ଼ପିଟ କରିଥିଲେ ତାଙ୍କ ମାଡ଼ରେ ବିଶ୍ୱଜିତ ଅଚେତ ହୋଇପଡିଥିବା ବେଳେ ଅଭିଯୁକ୍ତ ବିଶ୍ଵଜିତଙ୍କୁ ମୃତ ହୋଇଯାଇଥିବା ଭାବି ଏକ ଟ୍ରକ ଚକା ତଳେ ଶୁଆଇ ଦେଇଥିଲେ ପରେ ଛିଡା ହୋଇଥିବା ଟ୍ରକ ଚାଳକଙ୍କୁ ଟ୍ରକ ନେଇ ଯିବାକୁ ଧମକ ଦେଇଥିଲେ । ପୂର୍ବ ଯୋଜନାବଦ୍ଧ ଅନୁଯାୟୀ ବିଶ୍ୱଜିତର ମୁଣ୍ଡ ଉପରେ ଟ୍ରକଟି ଚଢି ଯାଇଥିଲା ତାଙ୍କ ମୁଣ୍ଡଟି ମାଟିରେ ମିଶିଯିବା ପରେ ମୃତ ଶରୀରକୁ ନିକଟସ୍ଥ ରାସ୍ତା କାନ୍ଥ ଡ୍ରେନରେ ପକାଇବା ସହ ତାଙ୍କ ସ୍କୁଟିକୁ ମଧ୍ୟ ସେଠାରେ ପକାଇ ଚମ୍ପଟ ମାରିଥିଲେ ଅଭିଯୁକ୍ତ । ପରିବାର ଲୋକେ କହିଛନ୍ତି ମୁଖ୍ୟ ଅଭିଯୁକ୍ତଙ୍କ ସହ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡରେ ଦଣ୍ଡିତ କରିବାକୁ । ତେବେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ତାଳଚେର ପୋଲିସ । ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହେବ ବୋଲି ଅନୁଗୋଳ ଏସ୍ପି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking