33.1 C
Bhubaneswar
Friday, March 27, 2026
Homeଓଡିଶାପ୍ରଭୁ ଶ୍ରୀରାମଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

ପ୍ରଭୁ ଶ୍ରୀରାମଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

ପିପିଲି: ପିପିଲି ପୋପରଙ୍ଗା ପଞ୍ଚାୟତ ରେ ପ୍ରଭୁ ଶ୍ରୀରାମ ଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି।ସ୍ଥାନୀୟ ଦୟା ନଦୀରୁ ଏକ ବିରାଟ କଳସ ଶୋଭାଯାତ୍ରାରେ 108 ପୁରୁଷ ଓ ମହିଳା କଳସଧାରୀ ଯଜ୍ଞ ମଣ୍ଡପ ପ୍ରବେଶ କରିଥିଲେ।ଏହି ଅବସରରେ ପୂଜାର୍ଚନା ହୋମ ବେଦପାଠ ଓ ଧାର୍ମିକ କାର୍ଯ୍ୟକ୍ରମ ସାତ ଦିନ ଧରି ଅନୁଷ୍ଠିତ ହେବ,ଶହଶହ ବର୍ଷ ଧରି ଗ୍ରାମରେ ରାମଲୀଳା ଚାଲି ଆସୁଥିବା ବେଳେ ଚଳିତ ବର୍ଷ ଶ୍ରୀ ଶ୍ରୀ ମଣିଚୁଳ ଦେବ ରାମ ଚରିତ ମାନସ ପରାୟଣ ସମିତି ର କଳାକାର ମାନଙ୍କ ଦ୍ୱାରା ରାମନାଟ୍ୟ ପରିବେଶଣ ହେବ।ଆସନ୍ତା କାଲି ସୀତା ଚୋରି 29ତାରିଖରେ ଲଙ୍କା ପୋଡି ଓ 30ରେ ବିଗ୍ରହଙ୍କ ବିମାନ ଯାତ୍ରା ନଗର ପରିକ୍ରମା ଅନୁଷ୍ଠିତ ହେବ।ମନ୍ଦିର ପ୍ରତିଷ୍ଠା ପାଇଁ ଗ୍ରାମରେ ଏକ ଅଧାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଶ୍ରୀରାମ ଧ୍ଵନି ରେ ପ୍ରକମ୍ପିତ ହେଉଛି ଅଞ୍ଚଳ।ମୁଖ୍ୟ କର୍ତ୍ତା ଭାବେ ସଦାଶିବ ପ୍ରଧାନ ଓ ତାଙ୍କ ଧର୍ମ ପତ୍ନୀ ନିର୍ମଳା ପ୍ରଧାନ ଦାୟିତ୍ବ ସମ୍ପାଦନ କରୁଛନ୍ତି |ପ୍ରତ୍ୟକ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଧାର୍ମିକ କାର୍ଯ୍ୟରେ ସମ୍ପୂର୍ଣ ଗ୍ରାମବାସୀ ମାନେ ଏକ ହୋଇ ବେଶ ଉତ୍ସାହ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking