ନୂଆଦିଲ୍ଲୀ: ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ଭେଟିଛନ୍ତି ରବୀନ୍ଦ୍ର ଜେନା । ଦିଲ୍ଲୀ ସ୍ଥିତ ପ୍ରତାପଙ୍କ ବାସଭବନକୁ ଯାଇ ତାଙ୍କୁ ସେ ସାକ୍ଷାତ କରିଛନ୍ତି । ଏନେଇ ରବନ୍ଦ୍ର ଜେନା ତାଙ୍କ ସେସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି । ଏହା ଏକ ସୌଜନ୍ୟ ମୂଳକ ସାକ୍ଷାତକାର ଥିଲା । ବାଲେଶ୍ୱର ଜିଲ୍ଲାର ଉନ୍ନତି ଆହୁରି କିପରି ହୋଇପାରିବ ସେ ବିଷୟରେ ଆଲୋଚନା କରିଥିବା କୁହାଯାଉଛି । କେବଳ ପ୍ରତାପ ଷଡଙ୍ଗୀ ନୁହେଁ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମଙ୍କୁ ମଧ୍ୟ ଭେଟିଛନ୍ତି ରବୀନ୍ଦ୍ର ଜେନା । ନିକଟରେ କିଛିଦିନ ତଳେ ବିଜେଡି ଛାଡିଥିଲେ ରବୀନ୍ଦ୍ର ଜେନା । ଆଉ ପଦ୍ମ ଧରି ବିଧିବଦ୍ଧ ଭାବେ ବିଜେପିରେ ମିଶିଥିଲେ ।










