17.1 C
Bhubaneswar
Sunday, December 7, 2025
Homeଓଡିଶାପୋଲିସ ପ୍ରଶାସନକୁ ବ୍ୟବହାର କରି ବିଜେପି ନିର୍ବାଚନ ଜିତିବାକୁ ଅପଚେଷ୍ଟା କରୁଛି: ବିଜେଡି

ପୋଲିସ ପ୍ରଶାସନକୁ ବ୍ୟବହାର କରି ବିଜେପି ନିର୍ବାଚନ ଜିତିବାକୁ ଅପଚେଷ୍ଟା କରୁଛି: ବିଜେଡି

ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ କରି ସିଇଓଙ୍କୁ ଭେଟିଲା ବିଜେଡି
ବିଜେପିରେ ଯୋଗଦେବା ପାଇଁ ପୋଲିସ୍ ବିଜେଡି କର୍ମୀଙ୍କ ଉପରେ ଚାପ ପକାଉଛି
ଡିଆଇଜିଙ୍କୁ ଛୁଟିରେ ଯିବା ପାଇଁ ବାଧ୍ୟ କରାଯାଇଛି
ଡିଆଇଜି ହିମାଂଶୁ ଲାଲ ବିଜେପିର ଷ୍ଟାର ପ୍ରଚାରକ ଭଳି କାମ କରୁଛନ୍ତି

ଭୁବନେଶ୍ୱର: ପୋଲିସ ପ୍ରଶାସନର ଅପବ୍ୟବହାର କରି ଭାରତୀୟ ଜନତା ପାର୍ଟି ନୂଆପଡା ଉପନିର୍ବାଚନକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି ବୋଲି ବିଜୁ ଜନତା ଦଳ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଫେରାଦ ହୋଇଛି । ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଆଜି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ନୂଆପଡା ଉପନିର୍ବାଚନରେ ବିଜେପି ଦ୍ୱାରା ପ୍ରଶାସନିକ କଳର ଅପବ୍ୟବହାର ଅଭିଯୋଗ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ସ୍ମାରକପତ୍ରରେ ବିଜେଡିର ଖରିଆର ରୋଡ୍ର ବିଜେଡି ଛାତ୍ର ସଭାପତି ମନୀଷ ଦେବଙ୍ଗନଙ୍କୁ ପୋଲିସ ଦ୍ୱାରା ଚାପ ପକାଇ ବିଜେପିରେ ଜଏନ କରାଯାଇଛି । ମନୀଷ ବିଜେପିରେ ଜଏନ କରିବାର ପୂର୍ବ ସନ୍ଧ୍ୟାରେ ସାମାଜିକ ଗଣମାଧ୍ୟମରେ ସେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ପ୍ରଶଂସା କରିବା ସହିତ ସେ ବିଜେଡିରେ ଅଛନ୍ତି ବୋଲି କହିଥିଲେ । ଏହାର କିଛି ଘଣ୍ଟା ପରେ ସେ ହ୍ସାଟ୍ସଆପ୍ରେ ମେସେଜ ଦେଇ ତାଙ୍କୁ ପୋଲିସ ଉଠାଇ ନେଇଛି ଓ ବିଜେପିରେ ଯୋଗଦେବା ପାଇଁ ତାଙ୍କ ଉପରେ ଚାପ ପକାଉଛି ବୋଲି କହିଥିଲେ । ଏହାର ପରଦିନ ମନୀଷ ବିଜେପିରେ ଯୋଗ ଦେଇଥିଲେ । ଏହି ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହେଉଛି ବିଜେପି ପୋଲିସ୍ ପ୍ରଶାସନକୁ ବ୍ୟବହାର କରି ନିର୍ବାଚନକୁ ପ୍ରଭାବିତ କରୁଛି ।

ସ୍ମାରକପତ୍ରରେ ଆହୁରି କୁହାଯାଇଛି, ଜିଲ୍ଲାରେ କାର୍ଯ୍ୟରତ ଏସ୍ପି ଅମ୍ରିତପାଲ ସିଂଙ୍କ କାର୍ଯ୍ୟକ୍ରମକୁ ନେଇ ସନେ୍ଦହ ପ୍ରକାଶ ପାଇଛି । ପୂର୍ବରୁ ଡିଆଇଜିଙ୍କୁ ଛୁଟିରେ ପଠାଯାଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି, ଯାହାକୁ ନେଇ ପୂର୍ବରୁ ବିଜେଡି ତରଫରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବିଜେପି ଦ୍ୱାରା ପ୍ରଶାସନିକ କଳର ଅପବ୍ୟବହାର କରି ବିଜେପି ନିର୍ବାଚନର ଆଦର୍ଶ ଆଚରଣ ବିଧିକୁ ଉଲ୍ଲଙ୍ଘନ କରୁଛି । ସ୍ମାରକପତ୍ର ପ୍ରଦାନ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡିର ମୁଖପାତ୍ର ଡ଼ ଲେନିନ ମହାନ୍ତି କହିଥିଲେ, ପରାଜୟ ଭୟରେ ବିଜେପି ଆତଙ୍କିତ ହୋଇ ପ୍ରଶାସନକୁ ବ୍ୟବହାର କରି ନିର୍ବାଚନ ବୈତରଣୀ ପାର ହେବାକୁ ଉଦ୍ୟମ କରୁଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଯିବା ପରେ, ବିଜେପି ଭୟଭୀତ ହୋଇପଡିଛି । କିନ୍ତୁ ବିଜେପିର କୌଣସି ଚାଲ ଚଳିବ ନାହିଁ । ନୂଆପଡାବାସୀ ବିଜୁ ଜନତା ଦଳ ସହିତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking