34.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶନଭେମ୍ବର ୧୩ରେ ୱାୟନାଡ ଉପ-ନିର୍ବାଚନ

ନଭେମ୍ବର ୧୩ରେ ୱାୟନାଡ ଉପ-ନିର୍ବାଚନ

ନୂଆଦିଲ୍ଲୀ:  ଭାରତୀୟ ନିର୍ବାଚନ କମିଶନ ଆଜି ଝାରଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏଥିସହ କେରଳର ୱାୟନାଡ ଲୋକସଭାର ଉପ ନିର୍ବାଚନର ତାରିଖ ମଧ୍ୟ ଘୋଷଣା ହୋଇଛି। ୨୦୨୪ ଲୋକସଭା ନିର୍ବାଚନ ବେଳେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧି ଏଠାରେ ରେକର୍ଡ ବିଜୟ ହାସଲ କରିଥିଲେ। ଏଥିସହ ସେ ରେଏବରେଲୀରୁ ମଧ୍ୟ ଜିତିଥିଲେ। ରେଜଲ୍ଟ ବାହାରିବା ପରେ ତାଙ୍କୁ ୱାୟନାଡ ଆସନ ଛାଡ଼ିବାକୁ ପଡ଼ିଥିଲା। ଏଠାରେ ଆସନ ଖାଲି ପଡ଼ିଥିବାରୁ ଆଜି ନିର୍ବାଚନ କମିଶନ ଉପ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଉପ ନିର୍ବାଚନରେ କଂଗ୍ରେସ ପକ୍ଷରୁ ୱାୟନାଡରୁ ପ୍ରିୟଙ୍କା ଗାନ୍ଧି ଭଦ୍ରା ଲଢ଼ିବେ। ମୁଖ୍ୟ ନିର୍ବାଚନ କମିଶନର ରାଜବୀ କୁମାରଙ୍କ ଘୋଷଣା ଅନୁଯାୟୀ, କେରଳର ୱାୟନାଡ ଲୋକସଭା ଆସନରେ ଉପ ନିର୍ବାଚନ ନଭେମ୍ବର ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗ୍ୟାଜେଟ ନୋଟିଫିକେସନ ୧୮ ଅକ୍ଟୋବରରେ ପ୍ରକାଶ ପାଇବ। ନାମାଙ୍କନ ଦାଖଲ ଶେଷ ତାରିଖ ଅକ୍ଟୋବର ୨୫ ରହିଥିବା ବେଳେ ପ୍ରତ୍ୟାହାର ପାଇଁ ଅକ୍ଟୋବର ୩୦କୁ ଧାର୍ଯ୍ୟ କରାଯାଇଛି। ନଭେମ୍ବର ୧୩ରେ ଏଠାରେ ଭୋଟିଂ ହେବାକୁ ଥିବା ବେଳେ ନଭେମ୍ବର ୨୩ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking