ଭଦ୍ରକ : ଡମ୍ପରକୁ ପଛରୁ ଆମ୍ବୁଲାନ୍ସ ପିଟି ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏମଏଚ ୧୬ ଚରମ୍ପା ନିକଟରେ ଡମ୍ପରକୁ ପଛରୁ ପିଟିଛି ଆମ୍ବୁଲାନ୍ସ । ବାପାର ମୃତଦେହ ନେଇ ଫେରୁଥିବା ବେଳେ ଏଭଳି ଘଟଣା ଘଟିଛି । ଦିର୍ଘଟଣାରେ ପୁଅ , ଜ୍ୱାଇଁ ସହ ଡ୍ରାଇଭର ମୃତ । ବୋହୂ ଗୁରୁତର ଅଛନ୍ତି । ସମସ୍ତ ମୃତାହତ ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର । ଭୁବନେଶ୍ୱରର ଏକ ମେଡିକାଲରୁ ବାପାଙ୍କ ମୃତଦେହ ଧରି ଫେରୁଥିଲେ ।










