ଭୁବନେଶ୍ୱର: ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଲେ ଯେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପଦମର୍ଯ୍ୟଦା ଓ ଦେଶର ସମ୍ମାନକୁ ନେଇ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଖରେ ସାଲିସ କରିଛନ୍ତି । ଟ୍ରମ୍ପଙ୍କ କଥାରେ ସେ ଏକ କାଠ କଣ୍ଢେଇର ଭୂମିକା କରୁଛନ୍ତି । ଟ୍ରମ୍ପଙ୍କର ଗୋଟିଏ ନିର୍ଦ୍ଦେଶରେ ସେ ରୁଷରୁ ତେଲ କିଣିବା ବନ୍ଦ କରିଦେଲେ । ପୁଣି ଟ୍ରମ୍ପଙ୍କ ନିର୍ଦ୍ଦେଶରେ ମାସକ ପାଇଁ ରୁଷରୁ ତେଲ କିଣିବେ । ଭାରତ କେଉଁଠୁ ତେଲ କିଣିବା କାହା ସହିତ ବ୍ୟବସାୟ କରିବ ତାହା ଆମେରିକା ନିର୍ଦ୍ଦେଶରେ ହିଁ ହେବ । ତେବେ ଦେଶ ପୁଣିଥରେ ପରାଧିନ ହୋଇଗଲାକି ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି । ଅନ୍ୟପଟରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପଙ୍କୁ ଖୁସି କରିବା ଯେଫରି ଇପିଷ୍ଟେନର ଉପଦେଶକ୍ରମେ ଇଜ୍ରାଏଲରେ ଯାଇ ନୃତ୍ୟୁ କରିବାର ଅଭିଯୋଗ ହୋଇଛି । ମୋଦିଙ୍କର କଣ ଦୁର୍ବଳତା ଟ୍ରମ୍ପଙ୍କ ପାଖରେ ରହିଛି ଯେ ଟ୍ରମ୍ପଙ୍କୁ ମୋଦି ଭୟ କରୁଛନ୍ତି । ଅନ୍ୟପକ୍ଷରେ ଯୁଦ୍ଧର ଦୁଇଦିନ ପୂର୍ବରୁ ସେ ଇଜ୍ରାଏଲକୁ ଫାଦର କ୍ରଣ୍ଟ୍ରି ବୋଲି ଘୋଷଣା କରିବା ଦୁଃଖ ଦାୟକ । ଇଜ୍ରାଏଲ ଭାରତୀୟ ଜନତାପାଟି କିମ୍ବା ତାଙ୍କର ସହଯୋଗୀ ଅନୁଷ୍ଠାନ ଗୁଡ଼ିକର ଫାଦର କଣ୍ଟ୍ରି ହୋଇପାରେ କିନ୍ତୁ ଭାରତବାସୀ ଏହାକୁ ସ୍ୱୀକାର କରିବେ ନାହିଁ । ଗତବର୍ଷ ଘରୋଇ ଗ୍ୟାସ ସିଲିଣ୍ଡର ପିଛା ମୋଦି ସରକାର ୫୦ ଟଙ୍କା ବଢ଼ାଇଥିଲେ ଏବର୍ଷ ପୁଣି ୬୦ ଟଙ୍କା ବଢ଼ାଇଲେ । ବ୍ୟବସାୟୀକ ଗ୍ୟାସ ସିଲିଣ୍ଡିର ପିଛା ୧୧୫ ଟଙ୍କା ବଢ଼ିଛି । ଏବେ ଗ୍ୟାସ ଅଭାବ କାରଣରୁ ସ୍କୁଲ, କଲେଜ, ହଷ୍ଟେଲ, ହସପିଟାଲ ଗୁଡ଼ିକରେ ଅଭାବନୀୟ ପରିସ୍ଥିତି ଦେଖାଦେଲାଣି । ଆବାସିକ ସ୍କୁଲ ଗୁଡ଼ିକ ବନ୍ଦ ହେବା ପରିସ୍ଥିତିକୁ ଗଲାଣି । ହୋଟେଲ ଗୁଡ଼ିକ ମଧ୍ୟ ବନ୍ଦ ହେବା ପରିସ୍ଥିତି ପହଞ୍ôଚଲାଣି । ସାରା ଦେଶରେ ଗ୍ୟାସ ଅଭାବର ହା ହା କାର ପରିସ୍ଥିତି ଥିବା ସରକାର କହୁଛନ୍ତି ଗ୍ୟାସ ମହଜୁଦ ଅଛି । ସେପଟରେ କଳାବଜାରି ମାନେ ସରକାରଙ୍କର ନିୟନ୍ତ୍ରଣ ଅଭାବାରୁ ଏହି ପରିସ୍ଥିତିରୁ ଫାଇଦା ନେଉଛନ୍ତି । ସୁତରାଂ ବର୍ଦ୍ଧିତ ଗ୍ୟାସଦର ପ୍ରତ୍ୟାହାର କରିବା ସହିତ ପରିସ୍ଥିତିର ନିୟନ୍ତ୍ରଣ ନକଲେ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯିବ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସଂପାଦକ ସୁଦିପ ସାମଲ, ଜାଭେଦ ଅକତର ଉପସ୍ଥିତ ଥିଲେ ।










