19.1 C
Bhubaneswar
Saturday, February 7, 2026
Homeଓଡିଶାଟ୍ରକ୍‌ ଧକ୍କାରେ ଶିକ୍ଷୟିତ୍ରୀ ମୃତ

ଟ୍ରକ୍‌ ଧକ୍କାରେ ଶିକ୍ଷୟିତ୍ରୀ ମୃତ

ରାଉରକେଲା: ବିଦ୍ୟାଳୟରୁ ଘରକୁ ଫେରୁଥିବାବେଳେ ଟ୍ରକ୍‌ ଧକ୍କାରେ ଯାଇଛି ଶିକ୍ଷୟିତ୍ରୀଙ୍କ ଜୀବନ। ମୃତ ଶିକ୍ଷୟିତ୍ରୀ ଜଣକ ‌ହେଲେ କାଂଶବାହାଲର ଅଞ୍ଜଳି ପ୍ରସାଦ (୪୯)। ସେ ଆଇଡିସିସ୍ଥ ସେଣ୍ଟ୍‌ ଆର୍‌ନୋଲ୍‌ଡ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ବ୍ରାହ୍ମଣୀତରଙ୍ଗ ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି। ସ୍କୁଲ ଛୁଟିଥିବାବେଳେ ଶିକ୍ଷୟିତ୍ରୀଙ୍କୁ କାହିଁକି ବିଦ୍ୟାଳୟକୁ ଡକାଯାଇଥିଲା, ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ବିଦ୍ୟାଳୟ କର୍ତ୍ତୃପକ୍ଷ ମୃତ ଶିକ୍ଷୟିତ୍ରୀଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ମିଳିଥିବା ସୂଚନା ମୁତାବକଟ୍ରକ୍‌ଟି ଶିକ୍ଷୟିତ୍ରୀଙ୍କ ସ୍କୁଟିକୁ ପଛରୁ ଧକ୍କା ଦେଇଥିଲା। ଫଳରେ ଶିକ୍ଷୟିତ୍ରୀ ସ୍କୁଟି ସହ ଟ୍ରକ୍‌ ଚକା ତଳେ ପଡ଼ି ଯାଇଥିଲେ। ଟ୍ରକ୍‌ ସ୍କୁଟି ସହ ଶିକ୍ଷୟିତ୍ରୀଙ୍କୁ ପ୍ରାୟ ୨ କି.ମି. ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ସ୍ଥାନୀୟ ଲୋକ ଦେଖି ଟ୍ରକ୍‌କୁ ଅଟକାଇଥିଲେ। ସେତେବେଳକୁ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ ହୋଇସାରିଥିଲା। ବ୍ରାହ୍ମଣୀତରଙ୍ଗ ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ ଓ ସ୍କୁଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking