26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶଜୀବନ ହାରିଲେ ଅଭିନେତ୍ରୀ ମଲାଇକାଙ୍କ ବାପା

ଜୀବନ ହାରିଲେ ଅଭିନେତ୍ରୀ ମଲାଇକାଙ୍କ ବାପା

ମୁମ୍ବାଇ : ବଲିଉଡ୍ ଚର୍ଚ୍ଚିତ ଅଭିନେତ୍ରୀ ମଲାଇକା ଅରୋରାଙ୍କ ପିତା ଅନୀଲ ଅରୋରାଙ୍କର ଦେହାନ୍ତ ହୋଇଯାଇଛି । ସେ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏ ଖବର ପରେ ସାରା ଫିଲ୍ମ ଦୁନିଆରେ ଶୋକର ଛାୟା ଖେଳିଯାଇଛି । ବୁଧବାର ସକାଳ ପ୍ରାୟ ୯ଟା ସମୟରେ ମଲାଇକାଙ୍କ ବାପା ଜୀବନ ହାରିଦେଇଛନ୍ତି । ବାନ୍ଦ୍ରାରେ ଥିବା ତାଙ୍କ ବାସଭବନର ୩ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ପୋଲିସ ତାଙ୍କ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ବାବ ହସ୍ପିଟାଲକୁ ପଠାଇ ଦେଇଛି । ଏହି ସମୟରେ ମଲାଇକା ପୁନେରେ ଥିଲେ । ସେ ଖବର ପାଇବା ପରେ ତୁରନ୍ତ ପୁନେରୁ ଫେରିଥିଲେ । ତେବେ ମଲାଇକାଙ୍କ ନିକଟ ସମ୍ପର୍କୀୟ ଏହା ଏକ ଦୁର୍ଘଟଣା ବୋଲି କହିଛନ୍ତି । ପୋଲିସ ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ । ଅନୀଲ ଅରୋରାଙ୍କ ମୃତ୍ୟୁରେ ସାରା ବଲିଓଡ୍ ଜଗତରେ ଶୋକର ବାତାବରଣ ସୃଷ୍ଟି ହୋଇଛି । ବହୁ ନାମୀ ଦାମୀ କଳାକାର ତାଙ୍କ ଘରେ ପହଁଚିଛନ୍ତି । ମଲାଇକାଙ୍କ ପୂର୍ବତନ ସ୍ୱାମୀ ଅରବାଜ ଖାନ, ପିତା ସଲୀମ ଖାନ ଓ ସୋହେଲ ଖାନ ପହଁଚିଛନ୍ତି । ସେହିପରି ଅର୍ଜୁନ କପୁର ମଧ୍ୟ ସେଠାରେ ପହଁଚିଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking