21.1 C
Bhubaneswar
Wednesday, December 17, 2025
Homeଦେଶ ବିଦେଶଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ: ଘୋଷଣା ପତ୍ର ଜାରି କଲା ବିଜେପି; ପରିବାରର ବରିଷ୍ଠ ମହିଳାଙ୍କୁ...

ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ: ଘୋଷଣା ପତ୍ର ଜାରି କଲା ବିଜେପି; ପରିବାରର ବରିଷ୍ଠ ମହିଳାଙ୍କୁ ପ୍ରତିବର୍ଷ ମିଳିବ ୧୮ ହଜାର ଟଙ୍କା

ଶ୍ରୀନଗର: ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଶୁକ୍ରବାର ଘୋଷଣାପତ୍ର ଜାରି କରାଯାଇଛି । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏହି ଘୋଷଣାପତ୍ରକୁ ଆଜି ସାର୍ବଜନୀନ କରିଛନ୍ତି । ଏଥିରେ ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦକୁ ସମ୍ପୂର୍ଣ୍ଣ ରୂପେ ହଟାଇ ଜମ୍ମୁ କଶ୍ମୀରକୁ ଦେଶର ବିକାଶ ତଥା ପ୍ରଗତିରେ ଅଗ୍ରଣୀ କରାଯିବ, ମା’ ସମ୍ମାନ ଯୋଜନା ଅଧୀନରେ ପ୍ରତ୍ୟେକ ପରିବାରର ବରିଷ୍ଠ ମହିଳାଙ୍କୁ ପ୍ରତିବର୍ଷ ୧୮,୦୦୦ ଟଙ୍କା ଦିଆଯିବ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ବ୍ୟାଙ୍କ ଋଣ ଉପରେ ସୁଧ ପ୍ରସଙ୍ଗରେ ସହାୟତା, ଉଜ୍ୱଳା ହିତାଧିକାରୀଙ୍କୁ ପ୍ରତିବର୍ଷ ୨ଟି ମାଗଣା ଏଲ୍‌ପିଜି ସିଲିଣ୍ଡର ପ୍ରଦାନ, ପିପିଏନ୍‌ଡିଆର୍‌ୱାଇ ଅଧୀନରେ ୫ ଲକ୍ଷ ନିଯୁକ୍ତି, ପ୍ରଗତି ଶିକ୍ଷା ଯୋଜନା ଅଧୀନରେ କଲେଜ ଛାତ୍ରୀଛାତ୍ରଙ୍କୁ ପରିବହନ ଭତ୍ତା ଭାବରେ ବାର୍ଷିକ ୩୦୦୦ଟଙ୍କା ପ୍ରଦାନ ଭଳି ପ୍ରତିଶ୍ରୁତି ଦିଆଯାଇଥିବା ଦେଖିବାକୁ ମିଳିଛି ।
ଘୋଷଣା ପତ୍ର ଜାରି ଅବସରରେ ଶାହ, ବିରୋଧୀ ଦଳ ନ୍ୟାଶନାଲ କନଫରେନ୍ସ (ଏନ୍‌ସି)ର ମାନିଫେଷ୍ଟୋ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ଶାହ କହିଛନ୍ତି, ଧାରା ୩୭୦ ବର୍ତ୍ତମାନ ଇତିହାସରେ ପରିଣତ ହୋଇଛି, ଏହା ଆଉ କଦାପି ଫେରିପାରିବ ନାହିଁ ଏବଂ ଆମେ ଏହାକୁ ଫେରିବାକୁ ଦେବୁନାହିଁ । ବିରୋଧୀ ଯେତେ ଚେଷ୍ଟା କଲେ ମଧ୍ୟ ଉପତ୍ୟକାରେ ଏହାକୁ ପେରାଇଆଣିପାରିବେ ନାହିଁ । ଧାରା ୩୭୦ ହେଉଛି ଏକ ଲିଙ୍କ୍ ଯାହା ଯୁବକମାନଙ୍କୁ ବିକାଶ ପରିବର୍ତ୍ତେ ଆତଙ୍କବାଦ ଆଡକୁ ଠେଲି ଦେଇଛି । ଜମ୍ମୁ କାଶ୍ମୀରରେ ଶିକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହା ସଂରକ୍ଷଣ ପାଇଁ ଆବଶ୍ୟକ ଥିଲା । ସେହିପରି ଗୁଜର ବକରୱାଲଙ୍କ ସଂରକ୍ଷଣକୁ ଛୁଇଁବାକୁ ଦିଆଯିବ ନାହିଁ । ବୋମାର ଛାଇ ଏବଂ ମେସିନ ଗନ୍‌ର ଶବ୍ଦ କଶ୍ମୀରରେ ଶୁଣାଯାଇଥିଲା, ଯାହା ବର୍ତ୍ତମାନ ଇତିହାସ ହୋଇଯାଇଛି । ପ୍ରକାଶ, ଧାରା ୩୭୦ ସମ୍ବନ୍ଧରେ ଏନ୍‌ସିର ଏଜେଣ୍ଡାକୁ କଂଗ୍ରେସ ମଧ୍ୟ ସମର୍ଥନ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking