କଟକ: କଟକ ଜିଲ୍ଲା ବଡମ୍ବାରେ ଗ୍ୟାସ କଳାବଜାରୀ କରୁଥିବା ବେଳେ ଚଢ଼ାଉ । ବଡମ୍ବା ଥାନା ଅନ୍ତର୍ଗତ ଝାଜିଆ ଗାଁରେ ଗ୍ୟାସ କଳାବଜାରୀ କରୁଥିବା ସୁରେଶ ପାଣିଙ୍କ ଦୋକାନରେ ଚଢ଼ାଉ କରିଥିଲା ଆଠଗଡ଼ ଯୋଗାଣ ବିଭାଗ ଓ ବଡମ୍ବା ତହସିଲ ପ୍ରଶାସନ । ୧୩ଟି ଗ୍ୟାସ ଭର୍ତ୍ତି ସିଲିଣ୍ଡର ଏବଂ ୨୪ଟି ଖାଲି ସିଲିଣ୍ଡର ଏଭଳି ମୋଟ ୩୭ଟି ସିଲିଣ୍ଡର ଜବତ ହୋଇଛି । ଇନ୍ଧନ ଗ୍ୟାସ ଏଜେନ୍ସି ନାଁରେ ଏଠାରେ ରନ୍ଧନ ଗ୍ୟାସ କଳାବଜାରୀ ହେଉଥିଲା । ବଡ଼ମ୍ବା ଅତିରିକ୍ତ ତହସିଲଦାର, ଆଠଗଡ଼ ଯୋଗାଣ ଅଧିକାରୀ ବିଷ୍ଣୁ ଚରଣ ପରିଡ଼ା ଓ ବଡମ୍ବା ପୁଲିସ ଉପସ୍ଥିତ ଥିଲେ । ଅନ୍ୟପଟେ ଅନୁଗୁଳ ଯୋଗାଣ ବିଭାଗ ପକ୍ଷରୁ ଏଲ୍ପିଜି କଳାବଜାରୀ କରୁଥିବା ଦୋକାନ ଉପରେ ଚଢ଼ାଉ । ଜବତ ହୋଇଛି ୮ଟି ଗ୍ୟାସ୍ ସିଲିଣ୍ଡର । ବିଭିନ୍ନ ଜାଗାରେ ଘରୋଇ ଗ୍ୟାସ ସିଲିଣ୍ଡର କଳାବଜାରୀ ମାନେ ସିଲିଣ୍ଡର ଗଚ୍ଛିତ ରଖିବା ଯୋଗୁଁ ବଜାରରେ ଗ୍ୟାସର ଅଭାବ ଦେଖାଯାଉଛି । କଳାବଜାରୀ ରୋକିବାକୁ ଯୋଗାଣ ବିଭାଗ ବିଭିନ୍ନ ଜାଗାରେ କଳାବଜାରୀଙ୍କ ଦୋକାନ ଉପରେ ଚଢ଼ାଉ କରି ୭୪ ଟି ଗ୍ୟାସ ସିଲିଣ୍ଡର ଜବତ କରିଛି ।










