33.1 C
Bhubaneswar
Monday, February 23, 2026
Homeଓଡିଶାଗୋଷ୍ଠୀ ସଂଘର୍ଷ: ବୃଦ୍ଧାଙ୍କ ମୃତ୍ୟୁ

ଗୋଷ୍ଠୀ ସଂଘର୍ଷ: ବୃଦ୍ଧାଙ୍କ ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲା ଯାଜପୁର ରୋଡ ସୋଲେଇ ଗ୍ରାମରେ ଗୋଷ୍ଠୀ ସଂଘର୍ଷ । ସଂଘର୍ଷରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଗ୍ରାମରେ ଉତ୍ତେଜନା ଲାଗିରହିଛି । ମୃତା ବୃଦ୍ଧା ଜଣକ ହେଲେ ଗଦାଧର ଆଲଦାଙ୍କ ସ୍ତ୍ରୀ ଜେମା ଆଲଦା ବୋଲି ଜଣାପଡ଼ିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ୯ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଜଣେ ବ୍ୟକ୍ତିଙ୍କ ଠାରୁ ମୋବାଇଲ ଛଡ଼ାଇବା ନେଇ ହୋଲେଇ ଗ୍ରାମର କମାର ସାହି ଓ ଆଦିବାସୀ ସାହି ମଧ୍ୟରେ ପୂର୍ବରୁ ତିକ୍ତତା ଲାଗି ରହିଥିଲା । ତେବେ ଆଜି ରାତିରେ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସମୟରେ ଜଣେ ବୃଦ୍ଧା ତଳେ ପଡିଯିବାରୁ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଦାନଗଦି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି । ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking