କଟକ: ଋଷି କେଶରୁ କଡା ସୁରକ୍ଷାରେ କଟକରେ ପହଞ୍ଚିଲା ଚୌଦ୍ୱାର ଜେଲରୁ ଚମ୍ପଟ୍ ମାରିଥିବା ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀ । ସେହିପରି ଚୌଦ୍ଵାର ଜେଲ୍ କର୍ତ୍ତୃପକ୍ଷ ରାଜା ସାହାଣୀକୁ କିପରି କଡା ସୁରକ୍ଷାରେ ରଖିବ ସେନେଇ ଯୋଜନା ମଧ୍ୟ ଆରମ୍ଭ କରିଦେଇଛି । ଗୋଡ଼ରେ ବେଡି ପକାଇ ରଖିବା ପାଇଁ କୋର୍ଟରେ ଆବେଦନ କରିବ । ନିଜ ପରିଚୟ ଲୁଚାଇ ଗାର୍ଲଫ୍ରେଣ୍ଡ ସହ ଛଦ୍ମ ବେଶରେ ଭିନ୍ନ ଭିନ୍ନ ସହରରେ ବୁଲୁଥିଲା ରାଜା । କିନ୍ତୁ ଜେଲରୁ ଚମ୍ପଟ ମାରିବା ପରଠାରୁ ସ୍ପେଶାଲ ୨୬ ଟିମ ରାଜା ଓ ମଧୁକାନ୍ତର ଗତିବିଧି ଉପରେ ନଜର ରଖିଥିଲା। ବୃନ୍ଦାବନରେ ଲୁଚି ରହିଥିବା ମଧୁକାନ୍ତକୁ ପ୍ରଥମେ ଗିରଫ କରିବା ପରେ ମଧୁକାନ୍ତ ଖୋଲିଥିଲା ଜେଲରୁ ଚମ୍ପଟ ମାରିବାର ଗୁମର।










