32.1 C
Bhubaneswar
Friday, March 6, 2026
Homeଓଡିଶାଓଡ଼ିଶାରେ ଜାତୀୟ ଫୋରେନ୍‌ସିକ୍‌ ବିଜ୍ଞାନ ବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ ବୈଠକ

ଓଡ଼ିଶାରେ ଜାତୀୟ ଫୋରେନ୍‌ସିକ୍‌ ବିଜ୍ଞାନ ବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ ବୈଠକ

ଭୁବନେଶ୍ୱର:  ଓଡ଼ିଶାର ଜଟଣୀଠାରେ ଜାତୀୟ ଫୋରେନ୍‌ସିକ୍‌ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶ୍ରୀ ସତ୍ୟବ୍ରତ ସାହୁ ଏହି ବୈଠକରେ ଅଧ୍ୟକ୍ଷତା କରି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ଅଗ୍ରଗତି ନେଇ ସମୀକ୍ଷା କରି ବିଶ୍ୱବିଦ୍ୟାଳୟ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଶ୍ରୀ ସାହୁ ଭୁବନେଶ୍ୱରରେ NFSU ର ସ୍ଥାୟୀ କ୍ୟାମ୍ପସ ସ୍ଥାପନର ପ୍ରଗତି ଏବଂ NFSU ର ବର୍ତ୍ତମାନ କାର୍ଯ୍ୟକଳାପ ଓ ଭବିଷ୍ୟତ ଯୋଜନା ସମ୍ପର୍କିତ ଆଲୋଚନା ସହ ଓଡ଼ିଶାରେ ଅପରାଧ ବିଧି ବିଜ୍ଞାନର କ୍ଷମତା ବୃଦ୍ଧି କରି ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ସୁଦୃଢ କରିବା ଉଦେଶ୍ୟରେ ବିଶେଷ ଆଲୋଚନା କରିଥିଲେ । ଏତଦ ବ୍ୟତୀତ NFSU ର ସହାୟତାରେ ଓଡ଼ିଶା ଅପରାଧ ବିଧି ବିଜ୍ଞାନଗାରରେ ଵିଚାରଧୀନ ନମୁନା ସଂଖ୍ୟା ହ୍ରାସ କରିବା ସହ ଓଡ଼ିଶା ଅପରାଧ ବିଧି ବିଜ୍ଞାନଗାର ର ଅଧିକାରୀ, ପୋଲିସ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କ ପାଇଁ NFSU ଦ୍ୱାରା ଉନ୍ନତ ମାନର ପ୍ରଶିକ୍ଷଣ ପ୍ରଦାନ ଉପରେ ମଧ୍ୟ ବିଶେଷ ଆଲୋଚନା କରାଯାଇଥିଲା ।

ବୈଠକରୁ ଜଣାପଡ଼ିଛି ଯେ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜଟଣୀର ଗଉଡ଼କାଶିପୁର ଓ ଅଳକାରଠାରେ ଏକ ସ୍ଥାନ ଯୋଗାଇ ଦିଆଯାଇଛି । ଏହା ଗୁଜୁରାଟର ଅହମଦାବାଦଠାରେ ଥିବା ଜାତୀୟ ଫୋରେନ୍‌ସିକ୍‌ ସାଇନ୍ସ ବିଶ୍ୱବିଦ୍ୟାଳୟର ଏକ ଶାଖା ଜଟଣୀଠାରେ ପ୍ରତିଷ୍ଠା କରାଯାଉଅଛି କିନ୍ତୁ ବିଶ୍ୱବିଦ୍ୟାଳୟର ଗୃହ ନିର୍ମାଣରେ ସମୟ ଲାଗୁଥିବାରୁ ଭୁବନେଶ୍ୱରର ମଞ୍ଚେଶ୍ୱର ଠାରେ ଚଳିତ ବର୍ଷଠାରୁ ଏକ ଅସ୍ଥାୟୀ କ୍ୟାମ୍ପସ୍‌ରେ ଏହି ବିଶ୍ୱବିଦ୍ୟାଳୟ କାର୍ଯ୍ୟ କରୁଛି ଏବଂ ପ୍ରଥମ ବର୍ଷର ପାଠପଢ଼ା ଆରମ୍ଭ ହୋଇଛି । ଏହି ବିଶ୍ଵବିଦ୍ୟାଳୟ ଆଠ ଜଣ ଅଧ୍ୟାପକ, ୧୧ ଜଣ ପ୍ରସାନିକ ଅଧିକାରୀ ୫ ଜଣ PHD ସ୍କଲ।ର ଦ୍ଵାରା ଚାଲୁଅଛି । ଏହି ବୈଠକରେ ପୋଲିସ୍ ମହାନିର୍ଦ୍ଦେଶକ, ୱାଇ. ବି. ଖୁରାନୀୟା, ନିର୍ଦ୍ଦେଶିକା, ଜାତୀୟ ଫୋରେନ୍‌ସିକ୍‌ ସାଇନ୍ସ ବିଶ୍ୱବିଦ୍ୟାଳୟ, ନୂଆ ଦିଲ୍ଲୀ, ଶ୍ରୀମତୀ ପୁରବୀ ପୋଖାରୀୟା, ନିର୍ଦ୍ଦେଶିକା,(SFSL) ଏସଏଫଏସଏଲ, ଡକ୍ଟର ସନ୍ତୋଷ ବାଲା, ସ୍ଵତନ୍ତ୍ର ଶାସନ ସଚିବ, ଶ୍ରୀ ଆର. କେ. ଶର୍ମା ଏବଂ ଶ୍ରୀ ସୁବାଶ ଚନ୍ଦ୍ର ଦାଶ ତଥା ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking