26.8 C
Bhubaneswar
Monday, April 6, 2026
Homeଓଡିଶାଆହୁରି ୨ ଦିନ ପ୍ରବଳ ବର୍ଷା

ଆହୁରି ୨ ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ବର୍ଷା ସାରା ରାଜ୍ୟରେ ଲାଗିରହିଛି। ଆସନ୍ତା ଦୁଇ ଦିନ ଯାଏଁ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛନ୍ତି। ଏହା ପ୍ରଭାବରେ ଉତ୍ତର ଓଡ଼ିଶାରେ ଅତ୍ୟଧିକ ବର୍ଷିବ। ଏହା ପ୍ରଭାବରେ ମୟୁରଭଞ୍ଜ ଜିଲ୍ଲାରେ ଅତି ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଭାବେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସୁନ୍ଦରଗଡ, ବାଲେଶ୍ବର ଓ କେନ୍ଦୁଝରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ୧୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ। ପ୍ରବଳ ବର୍ଷା ଜନିତ କ୍ଷୟକ୍ଷତି ନିମନ୍ତେ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର। ତଳିଆ ଅଂଚଳ ଜଳମଗ୍ନ ହେବାକୁ ନେଇ ଆଶଙ୍କା କରାଯାଉଅଛି। ପ୍ରବଳ ବର୍ଷା ଯୋଗୁଁ ନଦୀରେ ଜଳ ସ୍ତର ବଢ଼ିବାରେ ଆଶଙ୍କା ଥିବାରୁ ଏନେଇ ସତର୍କ ରହିବାସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ସେହିପରି ଲଗାଣ ବର୍ଷ ଯୋଗୁଁ ଜଳକା ନଦୀର ଜଳସ୍ତର ବୃଦ୍ଧିପାଇବାରେ ଲାଗିଛି। ଏଥିଯୋଗୁଁ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ନେଇ ଏବେ ଉପକୂଳବାସୀ ଖୁବ ଚିନ୍ତାରେ। ଗତ ଦୁଇ ଦିନ ହେଲା ଜଳକା ନଦୀର ଉପର ମୁଣ୍ଡ ରେ ଲଗାନା ବର୍ଷ ଲାଗିରହିଥିବାରୁ ଏହାର ଜଳସ୍ତର ବୃଦ୍ଧି ପାଇଛି। ଗତ କଲି ରାତିରେ ସତର୍କ ୬ ମିଟର ରହିଥିଲା। ତେବେ ଏଥିରେ ଯଥେଷ୍ଟ ଜଳସ୍ତରରେ ବୃଦ୍ଧି ଘଟି ୬.୫୧ ମିଟର ସହବିପଦ ସଂକେତ ଉପରେ ଜଳସ୍ତର ରହିଥିବା ସୂଚନା ମିଳିଛି। ଏହି ପରି ଲଗାଣ ବର୍ଷା ଲାଗିରହିଲେ ବନ୍ୟା ସମ୍ଭାବନା କୁ ଏଡାଇ ଯାଇନପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking