27.1 C
Bhubaneswar
Friday, March 27, 2026
Homeଦେଶ ବିଦେଶଆତ୍ମହତ୍ୟା କଲେ ବର୍ଜ୍ୟବସ୍ତୁ ସଂଗ୍ରହକାରୀ ବୃଦ୍ଧ

ଆତ୍ମହତ୍ୟା କଲେ ବର୍ଜ୍ୟବସ୍ତୁ ସଂଗ୍ରହକାରୀ ବୃଦ୍ଧ

ରାଜସ୍ଥାନ : ଆତ୍ମହତ୍ୟା କଲେ ବର୍ଜ୍ୟବସ୍ତୁ ସଂଗ୍ରହକାରୀ ବୃଦ୍ଧ । ରାଜସ୍ଥାନର ଘଟିଛି ୱେବଳି ଅଭାବନୀୟ ଘଟଣା। ସୂଚନା ଯୋଗ୍ୟ ଯେ, ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ହେବା ପରେ ରାଜସ୍ଥାନର ଜଣେ ବର୍ଜ୍ୟବସ୍ତୁ ସଂଗ୍ରହକାରୀ ବୃଦ୍ଧ ଆତ୍ମହତ୍ୟା କରିଛନ୍ତି । ରାଜପଥ ନିକଟସ୍ଥ ଏକ ଗଛରେ ତାଙ୍କ ଝୁଲନ୍ତା ମୃତଦେହ ଲୋକମାନେ ଦେଖିବାକୁ ପାଇଥିଲେ। ଏହାପରେ ପୋଲିସକୁ ଖବର ଦେଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏହାପରେ ଏହାକୁ ନେଇ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି ପୋଲିସ। ଅଳିଆ ଗଦାରୁ ପ୍ଲାଷ୍ଟିକ୍ ବୋତଲ ଏବଂ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ସଂଗ୍ରହ କରି ମୃତ ବୃଦ୍ଧ ବ୍ୟକ୍ତି ଜଣକ ନିଜେ ଚଳିବା ପାଇଁ ସେହି ସବୁ ଜିନିଷକୁ ବିକ୍ରି କରୁଥିଲେ। ସେ ଏକ ଅଳିଆ ବୁହା ଗାଡ଼ି ମଧ୍ୟ ରଖିଥିଲେ ଯେଉଁଥିରେ ସେ ନିୟମିତ ଭାବେ ବୋତଲ ସହ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ଆଣି ବିକ୍ରି କରନ୍ତି। ଏକଦା ଲୋହୱତ ଗାଁର କିଛି ଯୁବକ ତାଙ୍କୁ ଉପହାସ କରିବା ସହ ତାଙ୍କ ଭଡିଓ ଶୁଟ୍ କରିଥିଲେ ଏବଂ ଏହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ସେପଟେ ଭିଡିଓ ଭାଇରାଲ୍ ହେବା ପରେ ଅନେକ ଲୋକ ଅଟକି ଯାଇ ବୃଦ୍ଧଙ୍କୁ ଅନେକ ଲୋକ ଉପହାସ କରିଥିଲେ। ସେହି ଉପହାସକୁ ବୃଦ୍ଧ ସହି ନ ପାରି ନିଜ ଜୀବନ ହରି ଦେଇଥିଲେ। ରାଜପଥ ନିକଟସ୍ଥ ଏକ ଗଛରେ ତାଙ୍କ ଝୁଲନ୍ତା ମୃତଦେହ ଲୋକମାନେ ଦେଖିବାକୁ ପାଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking