31.1 C
Bhubaneswar
Thursday, July 4, 2024
Homeଓଡିଶାଆଜି ମହାପ୍ରଭୁଙ୍କ ପାଖରେ ଲାଗି ହେବ ଦଶମୂଳ ମୋଦକ

ଆଜି ମହାପ୍ରଭୁଙ୍କ ପାଖରେ ଲାଗି ହେବ ଦଶମୂଳ ମୋଦକ

ପୁରୀ : ସ୍ନାନ ପୂର୍ଣ୍ଣମୀରେ ୧୮ ଗରା ଶୁଦ୍ଧ ସୁବାସିସ ଜଳରେ ସ୍ନାନ ପରେ ଅଣସରରେ ଅଛନ୍ତି ମହାପ୍ରଭୁ । ଅଣସରରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ନୀତି ତେବେ ଆଜି ମହାପ୍ରଭୁଙ୍କ ପାଖରେ ଲାଗି ହେବ ଦଶମୂଳ ମୋଦକ। ଅତ୍ୟନ୍ତ ନିଷ୍ଠା ଓ ପବିତ୍ରତାର ସହ ରାଜବୈଦ୍ୟଙ୍କ ଘରେ ପ୍ରସ୍ତୁତ ହୋଇଛି ଏହି ଦଶମୂଳ ମୋଦକ । ଗମ୍ଭାରୀ, ବେଲ, ପାଟଳୀ, କୃଷ୍ଣପର୍ଣ୍ଣି, ଶାଳପର୍ଣ୍ଣୀ, ଅଙ୍କରାନ୍ତି, ଗୋଖରା ପରି ବିଭିନ୍ନ ପ୍ରକାରର ଆୟୂର୍ବେଦ ଚେରମୂଳରେ ପ୍ରସ୍ତୁତ ହୋଇଛି ଏହି ଦଶମୂଳ ମୋଦକ। ଏହାକୁ ସେବନ କରି ସଂପୂର୍ଣ୍ଣ ସୁସ୍ଥ ହେବେ ଚତୁର୍ଦ୍ଧାମୂର୍ତ୍ତି। ତା’ ପରେ ମହାପ୍ରଭୁଙ୍କ ନିକଟରେ ଖଳି ପହଞ୍ଚିବ । ଏହାପରେ ଖଲି ଲାଗି କରାଯିବ । ଆସନ୍ତାକାଲି ମହାପ୍ରଭୁ ସୁସ୍ଥ ହେବା ନେଇ ଶୁଭ ଖବର ଶ୍ରୀନଅରରେ ଥିବା ଗଜପତି ମହାରାଜାଙ୍କୁ ଦିଆଯିବ । ଏହି ଅବସରରେ ମହାପ୍ରଭୁଙ୍କ ସୁସ୍ଥତାର ପ୍ରମାଣ ସୂରୁପ ଅଣସରରେ ମହାପ୍ରଭୁଙ୍କୁ ଲାଗି ହୋଇଥିବା କରାଳ ଚନ୍ଦନ, ଚନ୍ଦନ, ପାଟ ଡୋରକୁ ଏକ ରୂପା ଥାଳିରେ ଗଜପତି ମହାରାଜାଙ୍କୁ ପ୍ରଦାନ କରାଯିବ । ଏହାପରେ ଗଜପତି ମହାରାଜାଙ୍କ ସହ ରଥ ଯାତ୍ରାର ସୁପରିଚାଳନା ସମ୍ପର୍କରେ ଆଲୋଚନା କରାଯିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking