17.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶଆଗ୍ରାରେ ବିମାନ ଦୁର୍ଘଟଣା

ଆଗ୍ରାରେ ବିମାନ ଦୁର୍ଘଟଣା

ଆଗ୍ରା: ଉତ୍ତର ପ୍ରଦେଶ (ୟୁପି)ର ତାଜ୍ ସହର ଅର୍ଥାତ୍ ଆଗ୍ରାରେ ସୋମବାର (୪ ନଭେମ୍ବର ୨୦୨୪) ଏକ ମିଗ୍-୨୯ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏହି ଦୁର୍ଘଟଣାରୁ ପାଇଲଟ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସୂଚନା ଅନୁସାରେ ବିମାନଟି ପଂଜାବର ଆଦମପୁରରୁ ଆଗ୍ରା ଆସୁଥିଲା । ଆଗ୍ରା ଆକାଶରେ ଥିବାବେଳେ ତାହା ହଠାତ ଜଳିବାକୁ ଲାଗିଥିଲା । ନିଆଁ ଲାଗିବା ପରେ ତାହା ଏକ ବିଲରେ ଖସିପଡ଼ିଥିଲା। ଦୁର୍ଘଟଣା ସମୟରେ ପାଇଲଟ ଓ ବିମାନରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଡେଇଁ ପଡ଼ି ନିଜ ଜୀବନ ବଞ୍ଚାଇଥିଲେ। ବିମାନଟି ମାଟିରେ ପଡ଼ିବା ପରେ ତାହା ସଂପୂର୍ଣ୍ଣ ଜଳିଯାଇଥିଲା। ଆଗ୍ରାର କାଗରୋଲ୍ ଅଞ୍ଚଳର ସୋଙ୍ଗା ଗାଁ ନିକଟରେ ଥିବା ଏକ ବିଲରେ ଏହି ଦୁର୍ଘଟଣା ଘଟି ଥିବାର ସୂଚନା ମିଳିଛି । ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ପ୍ରଶାସନ ଓ ସୁରକ୍ଷା ଏଜେନ୍ସିର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଂଚିଛି । ବିମାନଟି ବିଲରେ ପଡ଼ିଥିବା ଦେଖି ଗାଁ ଲୋକେ ମଧ୍ୟ ତୁରନ୍ତ ସେଠାରେ ପହଞ୍ଚିଥିଲେ। ବିମାନରେ ନିଆଁ ଲାଗିବା ଓ ଜଳୁଥିବା ଫଟୋ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଦୁର୍ଘଟଣା ପରେ ବାୟୁସେନା ପକ୍ଷରୁ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking