ଭୁବନେଶ୍ୱର: ଆଇନକୁ ସମ୍ମାନ ଦେଉଛି କହି ଏକ୍ସରେ ସୂଚନା ଦେଲେ ଜଗନ୍ନାଥ ପ୍ରଧାନ । ଆଇନ ଆନୁସାରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ ସହଯୋଗ କରିବି । ରାଜ୍ୟ ପ୍ରଶାସନିକ ଅଚଳାବସ୍ଥା ଆଡକୁ ଗତି କରୁଛି । ଏସବୁ ଦୃଷ୍ଟିରୁ ରାଜ୍ୟ ଓ ଆମ ସରକାରଙ୍କ ହିତ ପାଇଁ ଆଇନକୁ ସମ୍ମାନ ଦେଉଛି । ଦୁଇ ଦିନ ହେଲା ବିଏମସି ଘଟଣାରେ ବିରୋଧୀ ରାଜନୀତି କରୁଛନ୍ତି । ମିଁ ଆଗରୁ କହିଛି, ଏବେବି କହୁଛି ଏହି ଘଟଣା ନିନ୍ଦନୀୟ, ଦୁଃଖଦାୟକ ।
— Jagannath pradhan (@JPradhanBJP) July 2, 2025










