22.1 C
Bhubaneswar
Monday, February 16, 2026
Homeଓଡିଶାଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ବିଜେଡିର ଦାବି

ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ବିଜେଡିର ଦାବି

ନୂଆପଡ଼ା: ବାଡ଼ ଯଦି ଫସଲ ଖାଇବ, ଦୋଷ ଦେବା କାହାକୁ । ନୂଆପଡ଼ା ଉପନିର୍ବାଚନରେ ଏହା ଜଳ ଜଳ ଦେଖା ଯାଉଛି । ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ସୁନିଶ୍ଚିତ କରିବା ପାଇଁ ସମ୍ୱିଧାନ ଜିଲ୍ଲାପାଳ ଓ ଏସପିଙ୍କୁ ଦାୟୀତ୍ୱ ଦେଇଛନ୍ତି, ହେଲେ ସେମାନେ ଏବେ ଶାସକ ଦଳର ଏଜେଣ୍ଟ ସାଜିଛନ୍ତି । ନୂଆପଡ଼ା ଜିଲ୍ଲା ପ୍ରଶାସନର ମୁଖିଆ ବୋଲାଉଥିବା ଏହି ଦୁଇ ବରିଷ୍ଠ ଅଧିକାରୀ, ବିଜେଡି ନେତା ଓ କର୍ମୀଙ୍କୁ ଧମକାଉଛନ୍ତି । ବିଜେପିକୁ ସମର୍ଥନ ନ କଲେ ଜେଲରେ ପୁରାଇ ଦେବାକୁ ନାଲି ଆଖି ଦେଖାଉଛନ୍ତି । ଭୋଟରଙ୍କୁ ଭୟଭୀତ କରିବାକୁ ମଧ୍ୟ ସେମାନେ ପଛାଉ ନାହାଁନ୍ତି । ନୂଆପଡ଼ା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଗଣତନ୍ତ୍ରର ମୂଲ୍ୟକୁ ଦଳିମକଚି ନିର୍ବାଚନ ପରିଚାଳନା କରୁଛନ୍ତି ବୋଲି ସଙ୍ଗୀନ ଅଭିଯୋଗ ଆଣି ଆଜି ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗର୍ଜିଛି ବିଜେଡି । ଏକ ବିରାଟ ପଟୁଆରରେ ବିଜେଡି ନେତୃବୃନ୍ଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ତୁରନ୍ତ ନିଜର ଅଗଣତାନ୍ତ୍ରିକ କାର୍ଯ୍ୟଧାରା ବନ୍ଦ କରିବା ପାଇଁ ଦାବି କରିଥିଲେ ।

ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁ, ବିଜେଡି ଛାତ୍ର ସଭାନେତ୍ରୀ ଇପ୍ସିତା ସାହୁ, ଅମିତ୍ ସିଂଦେଓ, ପ୍ରଦୁ୍ୟମ୍ନ ତ୍ରିପାଠୀ, ରାଜେନ୍ଦ୍ର ପ୍ରସାଦ ଗୁପ୍ତା, ଅବିନାଶ ଠାକୁର, ମାନସ ବାଗ, ମଣ୍ଟୁ ନାଏକ, ଚିରାଗ ସିଂଦେଓ, ମୃତ୍ୟୁଞ୍ଜୟ ମିଶ୍ର, ମନୀନ୍ଦ୍ର ମହାନ୍ତି, ସୁବ୍ରତ ସିଂହ, ବାବୁ ଖାନ୍, କରନ ସିକନ୍ଦର, ଉଦିତ ପ୍ରତାପ ଭୋଇ, ନୀଳାମ୍ୱର ସାହୁ, ଅଜିତ କୁମାର ସାହୁ, ଦେବାଶିଷ ଖାଡେଙ୍ଗା, ସୁମନ ନନ୍ଦ, ଶୁଭ୍ରାଂଶୁ ମିଶ୍ର, ଦୀପକ ମହାପାତ୍ର, ନୀଳମାଧବ ମହାନ୍ତି, ଅରୂପ ଶ୍ରୀଚନ୍ଦନ, ଫାତମା ଖାତୁନ୍, ମନୋରଞ୍ଜନ ସ୍ୱାଇଁ, ସଚ୍ଚିକାନ୍ତ ସାହୁ, ଦିବ୍ୟ ସିଂହ ସେଠ୍, ବିଶ୍ୱଜିତ୍ ଜେନା ପ୍ରମୁଖ ଅଭିଯୋଗ କରିଥିଲେ ଯେ ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଅଘୋଷିତ ଷ୍ଟାର ପ୍ରଚାରକ ଭାବେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ କାର୍ଯ୍ୟ କରୁଛନ୍ତି । ନୂଆପଡ଼ାର ଜନତା ଏହାକୁ କେବେ ବରଦାସ୍ତ କରିବେ ନାହିଁ । ଅବାଧ, ସ୍ୱଚ୍ଛ, ମୁକ୍ତ ଓ ନିରପେକ୍ଷ ଉପ-ନିର୍ବାଚନ ପରିଚାଳନା ନିମନ୍ତେ ନୂଆପଡ଼ା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ବେଆଇନ କାର୍ଯ୍ୟ ବନ୍ଦ କରି ନିରପେକ୍ଷ ହେବାକୁ ବିଜେଡି ନେତୃବୃନ୍ଦ ଚେତାବନୀ ଦେଇଥିଲେ । ଯଦି ନୂଆପଡ଼ା ପ୍ରଶାସନ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ନକରେ ତେବେ ତାର ଉଚିତ୍ ଜବାବ ନୂଆପଡ଼ାବାସୀ ଦେବେ ବୋଲି ସେମାନେ କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking