ମଣିଷ ସେତେବେଳେ ଏକା ବଞ୍ଚିବା ଶିଖିଯାଏ ଯେତେବେଳେ ସେ ବୁଝି ଯାଏ ଆଜିର ଏ ଦୁନିଆଁରେ ସମସ୍ତେ ନିଜ ସ୍ଵାର୍ଥ ହାସଲ ପାଇଁ ସମ୍ପର୍କ ରଖନ୍ତି।
ସାହାଯ୍ୟ ଏପରି ଗୋଟିଏ ଶବ୍ଦ ଯାହା ଅନ୍ଧ ଦେଖିପାରେ ବଧିର ଶୁଣିପାରେ ଓ ଛୋଟା ତାର ଆଶ୍ରାରେ ଚାଲି ପରେ କିନ୍ତୁ ବିଶ୍ବାସ ଏମିତି ଗୋଟିଏ ଶବ୍ଦ ଯାହା ଥରେ ଭାଙ୍ଗିଗଲେ ଜୀବନସାରା ଆଉ କେବେ ବି ମିଳି ନଥାଏ…।
ଦିନକୁ ଦିନ ଚାଲାକ୍ ହେଉଥିବା ଏଇ ସ୍ଵାର୍ଥପର ଦୁନିଆଁରେ ବୁଦ୍ଧୁ ହୋଇ ରହିବା ଖୁବ୍ କଷ୍ଟକର ….।
କହିବାକୁ ଅନେକ କିଛି କଥା ଥିବା ସମୟରେ ନୀରବତାକୁ ଆପଣେଇ ନେବା ଖୁବ୍ ଯନ୍ତ୍ରଣାଦାୟକ …..।
.
“ସୁଯୋଗର ପ୍ରତିକ୍ଷାରେ ବସ ନାହିଁ, ଆଜିର ସୁଯୋଗ ହିଁ ସର୍ବୋତ୍ତମ ଅଟେ ll
ମଣିଷ ସବୁ କିଛି ଭୁଲିଯାଇ ପାରିବ କିନ୍ତୁ ସେଇ କଥାକୁ କେବେ ଭୁଲି ପାରିବ ନାହିଁ ଯେତେବେଳେ ତା’ର ନିଜର ଲୋକ ମାନଙ୍କର ଆବଶ୍ୟକତା ଥିଲା ଆଉ ସେମାନେ ପାଖରେ ନଥିଲେ ll
ଆମେ ଭଲ କିମ୍ବା ଖରାପ୍ ଯେକୌଣସି କର୍ମ କଲେ, ତାହାର ଫଳ ଆମକୁ ହିଁ ଭୋଗ କରିବାକୁ ପଡିଥାଏ । ତେଣୁ କର୍ମ କରିବା ପୂର୍ବରୁ ଭଲ ଭାବରେ ବିଚାର କରିବା ଉଚିତ୍ ll
ଜୀବନକୁ ସବୁବେଳେ ହସି ଖେଳି ବିତାଅ କାହିଁକି ନା ତୁମେ ବି ଜାଣିନ ଏ ଜୀବନ ଆଉ କେତେ ବାକି ଅଛି ll
ଓଁ ପରମ ବ୍ରହ୍ମ ଜଗନ୍ନାଥlୟ ନମ ନମଃ
ଅଦ୍ୟ ଅଗଷ୍ଟ ମାସ ୨୦ ତାରିଖ ୨୦୨୫ ମସିହା (ବୁଧବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-ସିଦ୍ଧାର୍ଥ
ଭାଦ୍ରବ ମାସ- କୃଷ୍ଣପକ୍ଷ
ତିଥି- ଦ୍ୱାଦଶୀ ଦିବା ଘ୦୨/୩୦ ଗତେ ତ୍ରୟୋଦଶୀ
ନକ୍ଷତ୍ର- ପୁନର୍ବସୁ ରାତ୍ରି ଘ୦୧/୩୪ ଗତେ ପୂଷ୍ୟା
ଚନ୍ଦ୍ର- ମିଥୁନ ରାତ୍ରି ଘ୦୭/୪୩ ଗତେ କର୍କଟ
ଯୋଗ- ଅସ୍ରୁକ୍
କରଣ – ତୈତିଳ
ସୌରମାସ- ସିଂହ ୦୪ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୩୧/୪୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୮/୪୨
*✧═════•❁❀
ଯୋଗିନୀ ନୈରୁତେ ଦିବା ଘ୦୨/୩୦ ଗତେ ଦକ୍ଷିଣେ
କର୍କଟ ରାଶିର ଘାତବାର
ଦ୍ୱାଦଶୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ତ୍ରୟୋଦଶୀ ର ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା -ଦିବା ଘ୦୮/୪୫ ଗତେ ଘ୧୦/୨୨ ମଧ୍ୟେ
ବାରବେଳା- ଦିବା ଘ୧୧/୫୬ଗତେ ଘ୦୧/୩୪ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା-ଦିବା ଘ୦୭/୦୬ ମଧ୍ୟେ ଓ ରାତ୍ରି ଘ ୦୬/୫୮ ଗତେ ଘ୦୯/୨୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।-ଦିବା ଘ୦୪/୨୩ ଗତେ ଘ୦୫/୧୮ ମଧ୍ୟେ ଓ ରାତ୍ରି ଘ୦୯/୨୦ ଗତେ ଘ୧୦/୫୫ ମଧ୍ୟେ═✧══•❁❀❁•═*════✧
ଅଦ୍ୟ ପୋଇ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
: ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ।
✧═════•❁❀❁•═════
ବୃଷ
: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
✧═════•❁❀❁•═════
ମିଥୁନ
: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। ପ୍ରତ୍ୟେକ କାମ ବିବେକର ସହ କରନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ।
✧═════•❁❀❁•═════
କର୍କଟ
: ଆଜି ଆପଣ କିଛି ଖାସ୍ କରିବା ଲାଗି ଦିନଟି ଭଲ ରହିବ। ଅଚାନକ ଧନଲାଭ ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ରହିଛି।
✧═════•❁❀❁•═════
ସି˚ହ
: ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟରେ ମନପ୍ରାଣ ଢାଳି କାମ କରିବେ ଏବ˚ ଯଥେଷ୍ଟ ଲାଭ ପାଇବେ। ଅଫିସରେ କୌଣସି ଖୁସି ଖବର ମିଳିବ।
✧═════•❁❀❁•═════
କନ୍ୟା
: ଆଜି ଆପଣ କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରିପାରିବେ। ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବେ। କୌଣସି ବଡ଼ ନେଣଦେଣ କରିପାରନ୍ତି। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।
✧═════•❁❀❁•═════
ତୁଳା
: ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସ˚ପର୍କ ଗଢ଼ିବେ ଯେଉଁଥିରୁ ଭବିଷ୍ୟତରେ ଲାଭ ମିଳିବ। ଅଫିସରେ ବାତାବରଣ ଅନୁକୂଳ ରହିବ। ଆଇନକାନୁନ ମାମଲା ସହଜରେ ସମାଧାନ ହୋଇଯିବ।
✧═════•❁❀❁•═════
ବିଛା
: ସଫଳତା ମିଳିବା ହେତୁ ମହତ୍ତ୍ବାକା˚କ୍ଷାକୁ ବଳ ମିଳିବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍ ଆନନ୍ଦ ପାଇବେ।
✧═════•❁❀❁•═════
ଧନୁ
: ଆପଣ ନିଜକୁ ଖୁବ୍ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ଅନୁବନ୍ଧ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଅଚାନକ ଧନପ୍ରାପ୍ତି ହେବ।
✧═════•❁❀❁•═════
ମକର
: ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ; ଆପଣଙ୍କୁ ସଫଳତା ମିଳିବ। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ବଢ଼ିଆ ହେବ। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି।
✧═════•❁❀❁•═════
କୁମ୍ଭ
: ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ। ଅଫିସରେ ଉଚ୍ଚ ଅଧିକାରୀଙ୍କ ରାୟ ନେଇ କାମ କରନ୍ତୁ; ଭଲ ଫଳାଫଳ ମିଳିବ। ପିଲା ଓ ପରିବାର ସହିତ ହସଖୁସିେର ସମୟ କଟିବ।
✧═════•❁❀❁•═════
ମୀନ
: ଦିନଟି ଆପଣଙ୍କ ପାଇଁ ଖୁବ୍ ଭଲ ରହିବ। କର୍ମକ୍ଷେତ୍ରରେ ବୀରଙ୍କ ଭଳି ରହିବେ। ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶ˚ସା କରିବେ। ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।










