17.1 C
Bhubaneswar
Monday, December 22, 2025
Homeଦେଶ ବିଦେଶଇନ୍‌ଷ୍ଟାଗ୍ରାମ୍‌, ହ୍ୱାଟସଆପ୍ ବିକ୍ରି କରିବେ ଜୁକରବର୍ଗ!

ଇନ୍‌ଷ୍ଟାଗ୍ରାମ୍‌, ହ୍ୱାଟସଆପ୍ ବିକ୍ରି କରିବେ ଜୁକରବର୍ଗ!

ନୂଆଦିଲ୍ଲୀ: ସୋସିଆଲ ମିଡିଆ କମ୍ପାନୀ ମେଟା’ ବିରୋଧରେ ଆଗତ ଏକ ଅବିଶ୍ୱାସ ମାମଲାରେ ଶୁଣାଣି ପ୍ରକ୍ରିୟା ଆରମ୍ଭ ହୋଇଛି। ସୋମବାର ୱାଶିଂଟନ୍‌ରେ ମେଟା ବିରୋଧରେ ଶୁଣାଣି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ମେଟା’ କମ୍ପାନୀ ମୁଖ୍ୟ ତଥା ସିଇଓ ମାର୍କ ଜୁକରବର୍ଗ ଏବେ ଇନ୍‌ଷ୍ଟାଗ୍ରାମ୍ ଏବଂ ହ୍ୱାଟ୍‌ସଆପ୍ ଭଳି ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ବିକ୍ରି କରିବା ଉପରେ ବିଚାର କରୁଥିବା ଭଳି ସୂଚନା ମିଳିଛି।

ଆମେରିକୀୟ ପ୍ରତିଯୋଗିତା ଏବଂ ଉପଭୋକ୍ତା ୱାଚଡଗ୍ (ତଦାରଖ କରୁଥିବା ସଂସ୍ଥା) ଏଫ୍‌ଟିସି ପକ୍ଷରୁ ମେଟା’ ବିରୋଧରେ ଏହି ମାମଲା ଦାୟର କରାଯାଇଥିଲା। ଅଭିଯୋଗରେ ଦର୍ଶାଯାଇଥିଲା ଯେ, ପୂର୍ବରୁ ଫେସ୍‌ବୁକର ମାଲିକାନା ଥିବା ମେଟା ପ୍ରତିଯୋଗିତାକୁ ଦୂର କରିବା ପାଇଁ ୨୦୧୨ରେ ଇନଷ୍ଟାଗ୍ରାମ ଏବଂ ୨୦୧୪ ରେ ହ୍ୱାଟସଆପ୍‌କୁ କିଣିଥିଲା। ଏହି ୨ଟି ପ୍ଲାଟଫର୍ମର ଅଧିଗ୍ରହଣକୁ ସେତେବେଳେ ଆମେରିକା ଫେଡେରାଲ୍ ଟ୍ରେଡ୍ କମିଶନ (ଏଫ୍‌ଟିସି) ଦ୍ୱାରା ସମୀକ୍ଷା ଏବଂ ଅନୁମୋଦନ କରାଯାଇଥିଲା। ତଥାପି, ଏହି ସଂସ୍ଥାକୁ ଅଧିଗ୍ରହଣର ଫଳାଫଳ ଉପରେ ନଜର ରଖିବାର ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ନେଇ ଏଫ୍‌ଟିସି ଆପତ୍ତି ଉଠାଇଥିଲା।

ବିବିସି ରିପୋର୍ଟ ଅନୁଯାୟୀ, ଯଦି ଏଫ୍‌ଟିସି ଏହି ମାମଲାରେ ବିଜୟୀ ହୁଏ ଏବଂ ପ୍ରମାଣ କରେ ଯେ ମେଟାର ବଜାରରେ ଏକାଧିକ ଅଧିଗ୍ରହଣ ରହିଛି ତେବେ ଏହା ଜୁକରବର୍ଗଙ୍କୁ ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପ ଉଭୟକୁ ବିକ୍ରୟ କରିବାକୁ ବାଧ୍ୟ କରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ସେହିପରି ମେଟାର ଜଣେ ମୁଖପାତ୍ର ବ୍ରିଟିଶ ନ୍ୟୁଜ୍ ଆଉଟଲେଟ୍‌କୁ ସାକ୍ଷାତକାର ଦେବା ଅବସରରେ ଏସମ୍ପର୍କରେ ମଧ୍ୟ କିଛି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ, ଜୁକର୍‌ବର୍ଗ ଏବଂ ଟ୍ରମ୍ପ୍‌ଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। କାରଣ ଜାନୁଆରୀ ୨୦୨୧ରେ ଯେତେବେଳେ ଆମେରିକାର କ୍ୟାପିଟଲ୍ ଦଙ୍ଗା ଘଟଣା ଘଟିଥିଲା ସେତେବେଳେ ଟ୍ରମ୍ପ୍‌ଙ୍କୁ ମେଟାର ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ନିଷେଧ କରାଯାଇଥିଲା। ଜୁକରବର୍ଗଙ୍କ ନିର୍ଦ୍ଦେଶରେ ସେତେବେଳେ ଏପରି କରାଯାଇଥିଲା। ଫଳରେ ଟ୍ରମ୍ପ୍ ଏବେ ପ୍ରତିଶୋଧ ପରାୟଣମୂଳକ ଆଚରଣ ପ୍ରଦର୍ଶନ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking