28.1 C
Bhubaneswar
Thursday, March 12, 2026
Homeଦେଶ ବିଦେଶଶାକାହାରୀମାନଙ୍କୁ କ୍ଷମା ମାଗିଲେ ଜୋମାଟୋ ସିଇଓ

ଶାକାହାରୀମାନଙ୍କୁ କ୍ଷମା ମାଗିଲେ ଜୋମାଟୋ ସିଇଓ

ନୂଆଦିଲ୍ଲୀ: ଅନଲାଇନ୍ ଖାଦ୍ୟ ବିତରଣ କମ୍ପାନୀ ଜୋମାଟୋର ସିଇଓ ଦୀପିନ୍ଦର ଗୋୟଲ ଏବେ ଜଣେ ଗ୍ରାହକଙ୍କୁ କ୍ଷମା ମାଗିଛନ୍ତି। ଆଉ ଏହାକୁ ନେଇ ସେ ଏବେ ଚର୍ଚ୍ଚାରେ ଅଛନ୍ତି । ବାସ୍ତବରେ କମ୍ପାନୀର ସିଇଓ ଦୀପିନ୍ଦର ଗୋୟଲ ତାଙ୍କ ଗ୍ରାହକମାନଙ୍କୁ କ୍ଷମା ମାଗିଛନ୍ତି କାରଣ ଜୋମାଟୋ ନିରାମିଷ ଖାଦ୍ୟ ଉପରେ ଅତିରିକ୍ତ ଦେୟ ନେବାର ବିବାଦୀୟ ନିଷ୍ପତ୍ତି ନେଇଥିଲା। ଜୋମାଟୋର ବିଲରେ ନିରାମିଷ ହ୍ୟାଣ୍ଡଲିଂ ଚାର୍ଜକୁ ନେଇ ଜଣେ ଗ୍ରାହକ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହି ସମସ୍ୟାଟି ସାମ୍ନାକୁ ଆସିଥିଲା। ୧୭ ଜାନୁଆରୀ ୨୦୨୫ରେ, ଜଣେ ଜୋମାଟୋ ଗ୍ରାହକ ସୋସିଆଲ ମିଡିଆରେ ତାଙ୍କ ଖାଦ୍ୟ ବିଲର ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ନିରାମିଷ ଖାଦ୍ୟ ପାଇଁ ଅତିରିକ୍ତ ଶୁଳ୍କ ଉଲ୍ଲେଖ ଥିଲା। ଏହି ପୋଷ୍ଟରେ, ରୋହିତ ରଞ୍ଜନ ନାମକ ଜଣେ ଗ୍ରାହକ ଲେଖିଥିଲେ, ଭାରତରେ ନିରାମିଷ ଖାଦ୍ୟ ଖାଇବା ଏକ ଅଭିଶାପ ପାଲଟିଛି।

ଏହି ପୋଷ୍ଟଟି ବହୁତ ଶୀଘ୍ର ଭାଇରାଲ ହୋଇଥିଲା ଏବଂ ଅନେକ ଲୋକ ଏହା ଉପରେ ଅସନ୍ତୋଷ ପ୍ରକାଶ କଲେ। ବିବାଦ ବଢ଼ିବା ପରେ, ଜୋମାଟୋ ସିଇଓ ଦୀପିନ୍ଦର ଗୋୟଲ ପ୍ରତିକ୍ରିୟା ପ୍ରକାଶ କରି ସୋସିଆଲ ମିଡିଆରେ କ୍ଷମା ମାଗିଥିଲେ। ସେ କହିଛନ୍ତି ଯେ ଆମ ପକ୍ଷରୁ ଯାହା ଘଟିଲା ତାହା ମୂର୍ଖତା ଥିଲା। ଆମେ ଏହି ସମସ୍ୟାକୁ ଗମ୍ଭୀରତାର ସହ ନେଉଛୁ ଏବଂ ତୁରନ୍ତ ଏହାର ସମାଧାନ କରୁଛୁ। ଗୋୟଲ ଏହା ମଧ୍ୟ କହିଛନ୍ତି ଯେ କମ୍ପାନୀ ତାର ଗ୍ରାହକଙ୍କ ଭାବନାକୁ ସମ୍ମାନ ଦିଏ ଏବଂ ଭବିଷ୍ୟତରେ ଏପରି ଭୁଲକୁ ରୋକିବା ପାଇଁ ପଦକ୍ଷେପ ନେବ। ରୋହିତ ରଞ୍ଜନଙ୍କ ପୋଷ୍ଟ ଏତେ ଶୀଘ୍ର ଭାଇରାଲ ହେଲା ଯେ ଏଥିରେ ଅନେକ ପ୍ରକାରର ମନ୍ତବ୍ୟ ଆସିଥିଲା । ଅନେକ ବ୍ୟବହାରକାରୀ ଲେଖିଥିଲେ ଯେ ନିରାମିଷ ବିକଳ୍ପ ପାଇଁ ଅତିରିକ୍ତ ଚାର୍ଜ କରିବା କେବଳ ଅନ୍ୟାୟ ନୁହେଁ ବରଂ ଏକ ପକ୍ଷପାତପୂର୍ଣ୍ଣ ଆଭିମୁଖ୍ୟ ମଧ୍ୟ ଦର୍ଶାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking