28.1 C
Bhubaneswar
Saturday, July 12, 2025
Homeଓଡିଶାରାଜ୍ୟରେ ପାଳନ କରାଯିବ ଶୂନ୍ୟ ସଡ଼କ ଦୁର୍ଘଟଣା ଦିବସ

ରାଜ୍ୟରେ ପାଳନ କରାଯିବ ଶୂନ୍ୟ ସଡ଼କ ଦୁର୍ଘଟଣା ଦିବସ

ଭୁବନେଶ୍ବର : ସଡ଼କ ସୁରକ୍ଷା ଓ ଆଚରଣରେ ପରିବର୍ତ୍ତନ ପାଇଁ ଓଡ଼ିଶା ସରକାର ଏକ ପରିବର୍ତ୍ତନକାରୀ ପଦକ୍ଷେପ ଆଣିବାକୁ ଯାଉଛନ୍ତି। ଖୁବ୍ ଶୀଘ୍ର ରାଜ୍ୟରେ ଆରମ୍ଭ ହେବ ୩୦ ଦିନିିଆ ଶୂନ୍ୟ ଦୁର୍ଘଟଣା ଦିବସ(ଜାଡ୍)। କେବଳ ଦୃଷ୍ଟିକୋଣ ନୁହେଁ ନେତୃତ୍ବ ନେବା କ୍ଷେତ୍ରରେ ଏହା ଏକ ଅନନ୍ୟ ପଦକ୍ଷେପ ସାଜିବ। ମହିଳାଙ୍କ ଦ୍ବାରା ପରିଚାଳିତ ହେବାକୁ ଥିବା ଏହି ପଦକ୍ଷେପ ଏକ ମଲ୍ଟି ଷ୍ଟେକହୋଲଡର୍ସ କାର୍ଯ୍ୟକ୍ରହେବ ଯାହା ସଡ଼କର ଉପଯୁକ୍ତ ବ୍ୟବହାର ଦିଗରେ ଏକ ବାତାବରଣ ସୃଷ୍ଟି କରିବାରେ ଲକ୍ଷ୍ୟ ରଖୁଛି। ଆଜି ଭୁବନେଶ୍ବରସ୍ଥିତ ଖାରବେଳ ଭବନଠାରେ ବାଣିଜ୍ୟ ଓ ପରିବହନ , ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଆଇଆଇଟି ମାଡ୍ରାସର ବିଶେଷଜ୍ଞ ଏହି ଅଭିଯାନକୁ ସୁପରିଚାଳନା କରିବା ଦିଗରେ ଋଣନୀତି ଉପସ୍ଥାପନା କରିଥିଲେ।

ବରିଷ୍ଠ ଅଧିକାରୀ, ଆଇନ ପ୍ରବର୍ତ୍ତନ ସଂସ୍ଥା, ନଗର ଯୋଜନାକାରୀ ଏବଂ ପୌର ସଂସ୍ଥା ଏକତ୍ରିତ ହୋଇ ସଡ଼କ ସୁରକ୍ଷା ମାନଦଣ୍ଡକୁ ପୁନଃ ସୁଦୃଢ଼ କରିବାକୁ ଆଲୋଚନା କରାଯାଇଥିଲା। ପ୍ରମୁଖ ଶାସନ ସଚିବ ଶ୍ରୀମତୀ ପାଢୀ ଏହି ପଦକ୍ଷେପକୁ ସଫଳ କରିବା ପାଇଁ ସାମୂହିକ ଦାୟିତ୍ୱ ଏବଂ ଆନ୍ତଃବିଭାଗୀୟ ସମନ୍ୱୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। “ସଡକ ସୁରକ୍ଷା କେବଳ ଏକ ନୀତି ନୁହେଁ – ଏହା ଏକ ମିଶନ ଯାହା ପ୍ରତ୍ୟେକ ନାଗରିକଙ୍କ ସହଯୋଗ ଆବଶ୍ୟକ କରେ। ଶୂନ୍ୟ ଦୁର୍ଘଟଣା ଦିବସ ମାଧ୍ୟମରେ ଆମର ସଡ଼କ କିଭଳି ସୁରକ୍ଷିତ, ସଶକ୍ତ ଓ ସ୍ମାର୍ଟ ହେବ ସେ ନେଇ ଆମେ ବିଭିନ୍ନ ସମ୍ପ୍ରଦାୟ ବିଶେଷକରି ମହିଳାଙ୍କ ନେତୃତ୍ୱକୁ ଗୁରୁତ୍ବ ଦେଉଛୁ। ଏହି ଅଭିଯାନ ଦୁର୍ଘଟଣା ହ୍ରାସ କରିବା, ଦାୟିତ୍ୱପୂର୍ଣ୍ଣ ଡ୍ରାଇଭିଂ ବ୍ୟବହରକୁ ପ୍ରୋତ୍ସାହିତ କରିବା ଏବଂ ଯାତ୍ରୀମାନଙ୍କ ମଧ୍ୟରେ ସୁରକ୍ଷା-ପ୍ରଥମେ ମାନସିକତା ସୃଷ୍ଟି କରିବା ପାଇଁ ଅଭିନବ ତଥା ପ୍ରମାଣ-ଭିତ୍ତିକ ଉପାୟ ପ୍ରୟୋଗ ହେବ। ମହିଳାମାନେ ପରିବର୍ତ୍ତନର ଦୂତ ଭାବରେ, ସଚେତନତା ଅଭିଯାନର ନେତୃତ୍ୱ ନେବା, ସମ୍ପ୍ରଦାୟ ସହିତ ଜଡିତ ହେବା ଏବଂ ସମାଧାନରେ ନେତୃତ୍ୱ ପ୍ରଦର୍ଶନ କରିବା ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି କହିଥିଲେ l

ଅନ୍ୟମାନଙ୍କ ମଧ୍ୟରେ ଓଏସଆରଟିସିର ସିଏମଡି ଦୀପ୍ତେଶ କୁମାର ପଟ୍ଟନାୟକ, ପରିବହନ କମିଶନର ଅମିତାଭ ଠାକୁର, ଟ୍ବିନସିଟି ପୋଲିସ କମିଶନର ଡକ୍ଟର ଏସ. ଦେବଦତ୍ତ ସିଂହ, କ୍ରୁଟ ଏମଡି ଡକ୍ଟର ଏନ ଥିରୁମାଲା ନାୟକ, ଆଇଆଇଟି ମାଡ୍ରାସର ପ୍ରଫେସର ଭେଙ୍କେଟଶ ବାଲସୁବ୍ରମଣିଆନ୍ ଙ୍କ ସମେତ ବିଭିନ୍ନ ବିଭାଗର ପ୍ରତିନିଧି, ବରିଷ୍ଠ ଅଧିକାରୀ ଏବଂ ପ୍ରମୁଖ ଅଂଶୀଦାରମାନେ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଶୂନ୍ୟ ଦୁର୍ଘଟଣା ଦିବସ ସହିତ ଓଡ଼ିଶା ସଡ଼କ ସୁରକ୍ଷା ଏବଂ ସହରାଞ୍ଚଳ ପରିବହନରେ ଏକ ଜାତୀୟ ମାନଦଣ୍ଡ ସ୍ଥାପନ କରିବାକୁ ଯାଉଛି। ରାଜ୍ୟ ଏକ ବିକଶିତ ଭବିଷ୍ୟତ ଆଡକୁ ଅଗ୍ରସର ହେଉଥିବା ବେଳେ, ଏହି ପଦକ୍ଷେପ ନବସୃଜନ, ସମାନତା ଏବଂ ସ୍ଥାୟୀ ପ୍ରଗତି ପ୍ରତି ଏହାର ପ୍ରତିବଦ୍ଧତାକୁ ଦର୍ଶାଉଛି। ଏକାଠି, ଆମେ କେବଳ ଦୁର୍ଘଟଣାକୁ ରୋକିବାନାହିଁ – ଆମେ ଜୀବନ ରକ୍ଷା କରିବା ସହ ଏକ ସୁରକ୍ଷିତ ଭବିଷ୍ୟତ ଗଢ଼ିବା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking