15.1 C
Bhubaneswar
Thursday, January 15, 2026
Homeଅପରାଧଜିରୋ ନାଇଟ ସେଲିବ୍ରେସନ : ଛୁରା ମାଡରେ ୪ ଗୁରୁତର

ଜିରୋ ନାଇଟ ସେଲିବ୍ରେସନ : ଛୁରା ମାଡରେ ୪ ଗୁରୁତର

ଗଞ୍ଜାମ : ଧୁମଧାମରେ  ଚାଲିଥିଲା  ଜିରୋ ନାଇଟ ସେଲିବ୍ରେସନ ।  ହେଲେ  ହଠାତ ଗୁଳି ଫୁଟିବା ସହିତ ଅତର୍କିତ ଛୁରାମାଡ । ଏପରି ଆକ୍ରମଣରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଏପରି ସାଂଘାତିକ ଘଟଣା ଗତ ରାତିରେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଗଣ୍ଡାପଲ୍ଲୀ ଓଡ଼ିଆରପି କୋଲନୀରେ ଘଟିଛି। ଗତକାଲି ଗଣ୍ଡାପଲ୍ଲୀ ଓଡ଼ିଆରପି କୋଲନୀସ୍ଥିତ ଭଡ଼ା ଘରେ କିଛି ଯୁବକ ପାର୍ଟି କରୁଥିଲେ। ଉକ୍ତ ସମୟରେ ଆଉ କିଛି ଯୁବକ ସେଠାରେ ପହଞ୍ଚିଥିଲେ। କୌଣସି କଥାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ଏହା ଉଗ୍ର ରୂପ ଧାରଣ କରିବାରୁ ଘଟଣାସ୍ଥଳରେ ବ୍ଲାଙ୍କ ଫାୟାରିଂ ହେବା ସହ ବୁଲିଥିଲା ଛୁରୀ। ଏହି ଆକ୍ରମଣରେ ୪ ଜଣଙ୍କୁ ଛୁରା ମାଡ଼ କରି ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଗଲେ। ଖବର ପାଇ ପୁଲିସ ପହଞ୍ଚି ୪ ଗୁରୁତରଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।ଏହି ଆକ୍ରମଣ ପଛର କାରଣ ଜଣାପଡ଼ି ନ ଥିବା ବେଳେ ପ୍ରେମ ବ୍ୟାପାରକୁ ନେଇ ଏପରି କାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ ହେଉଛି। ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking