ଭୁବନେଶ୍ୱର: ଜିରୋ ନାଇଟ ସେଲିବ୍ରେସନ ପାଇଁ କମିଶନରେଟ୍ ପୋଲିସର ଜିରୋ ଟଲେରାନ୍ସ ନୀତି । ମଦୁଆ ଓ ରୋଡ୍ ରୋମିଓଙ୍କ ଉପରେ କଡ଼ା ନଜର ରଖିବ ପୋଲିସ। ସାଧାରଣ ଲୋକଙ୍କୁ ଯେପରି ସମସ୍ୟା ନହେବ, ସେଥିପ୍ରତି ଟିକନିକ ନଜର ରଖିବ ପୋଲିସ । ଲୋକଙ୍କୁ କୌଣସୁ ଅସୁବିଧା ହୁଏ, ବନ୍ଧା ହେବେ ଉତ୍ପାତତ୍କାରୀ । ଜିରୋ ନାଇଟରେ ସେଲିବ୍ରେସନ ପାଇଁ କମିଶନରେଟ ପୋଲିସର ଅନୁମତି ନେବାକୁ ପଡ଼ିବ । ସାରା ସହାରକୁ ଜଗିବ ସିସିଟିଭି । ସବୁ ଥାନାଗୁଡ଼ିକ ଆଇଆଇସିଙ୍କୁ କମିସନରଙ୍କର କଡା ନିର୍ଦ୍ଦେଶ ଦେଇଛନ୍ତି । ଜିରୋ ନାଇଟ ସେଲିବ୍ରେସନ ପାଇଁ କଟକ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସହ ବ୍ୟାପକ ଫୋର୍ସ ମୁତ୍ୟୟନ କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ।