25.1 C
Bhubaneswar
Monday, December 8, 2025
Homeଓଡିଶାଜିରୋ ଏଫଆଇଆର୍‌‌ ନ ରଖିଲେ ନିଲମ୍ବନ : ମୁଖ୍ୟମନ୍ତ୍ରୀ

ଜିରୋ ଏଫଆଇଆର୍‌‌ ନ ରଖିଲେ ନିଲମ୍ବନ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବନିର୍ମିତ ଭୁବନେଶ୍ୱର ନୂଆପଲ୍ଲୀ ଥାନା ଗୃହ ସହିତ ରାଜ୍ୟର ଅନ୍ୟ ୧୩ଟି ନବନିର୍ମିତ ଥାନା ଗୃହକୁ ଉଦଘାଟନ କରି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ସମୁଦାୟ ୪୧ କୋଟି ୯୯ ଲକ୍ଷ ୫୯ ହଜାର ଟଙ୍କା ବିନିମୟରେ ଏହି ୧୪ଟି ଥାନା ନିର୍ମିତ ହୋଇଥିବା ବେଳେ ଥାନାଗୁଡିକରେ ଅତ୍ୟାଧୁନିକ ଭିତ୍ତିଭୂମି ତଥା ବୈଜ୍ଞାନିକ କାରିଗରୀ କୌଶଳ ନିମିତ୍ତ ଯନ୍ତ୍ରାଂଶ ଉପଲବ୍ଧ ରହିଛି, ଯାହାଦ୍ୱାରା ପୁଲିସ ଅଧିକାରୀ ମାନେ ଅଧିକ ଦକ୍ଷତାର ସହ ନିଜର କର୍ତ୍ତବ୍ୟ ସମ୍ପାଦନ କରି ପାରିବେ।

ଥାନା ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପୁଲିସ ଅଧିକାରୀମାନଙ୍କୁ କଡ଼ା ତାଗିଦ କରି କହିଛନ୍ତି ଯେ ଥାନାକୁ ଆସୁଥିବା ଲୋକମାନଙ୍କୁ ଭଲ ବ୍ୟବହାର ଦେଖାଇବାକୁ ପଡ଼ିବ। କେହି ଜିରୋ ଏଫଆଇଆର୍‌‌ ଦେଲେ ତାକୁ ରଖିବାକୁ ହେବ। ଜିରୋ ଏଫଆଇଆର ନ ରଖିଲେ ନିଲମ୍ବନ କରାଯିବ। ଥାନାରେ ଏତଲା ରଖାଗଲା ନାହିଁ ବୋଲି ଯେମିତି ଶୁଣାଯିବନି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଥାନାରେ କିଭଳି ପୁଲିସ ଶୁଣେନି ତାର ମୁଁ ଭୁକ୍ତଭୋଗୀ। ଗତ ୨୪ ବର୍ଷର ସରକାର ଅମଳରେ ଥାନାରେ କିଛି ଶୁଣା ଯାଉନଥିଲା। ମୁଁ ଏଭଳି ଘଟଣାର ଦୁଇଥର ଭୁକ୍ତଭୋଗୀ। କେନ୍ଦୁଝର ସଦର ଥାନାରେ ମୋତେ ଏଭଳି ଦୁଇଥର ସାମ୍ନା କରିବାକୁ ପଡ଼ିଛି। ଥରେ କେନ୍ଦୁଝର ଥାନା ଆଇଆଇସି ମୋତେ ଦୁର୍ବ୍ୟବହାର କରିଥିଲେ, ତାହା ସମସ୍ତେ ଜାଣନ୍ତି। ଆଉଥରେ ସେହି ସଦର ଥାନାରେ ମଧ୍ୟ ମୋ କଥା ଆଇଆଇସି ଶୁଣିନଥିଲେ। ମୋ ଅଞ୍ଚଳର ଜଣେ ଲୋକଙ୍କୁ ସାଲିଆ ସାହିରେ ହତ୍ୟା କରାଯାଇଥିଲା। ତାଙ୍କ ପତ୍ନୀ ଏବଂ ଆଉ ଜଣେ ତାଙ୍କୁ ହତ୍ୟା କରିଥିଲେ। ଏ ସମ୍ପର୍କରେ ସଦର ଥାନା ପୁଲିସ ଏତଲା ରଖିବାକୁ ମନା କରିଦେଇଥିଲା। ଘଟଣା ଯେଉଁଠି, ସେଇଠି ଏତଲା କରିବାକୁ ପୁଲିସ ରୋକଠୋକ କହିଥିଲା। ମୁଁ ଆଇଆଇସିଙ୍କୁ କହିଲି, ସେ ମୋ କଥାକୁ ବିଲକୁଲ ଶୁଣିଲେ ନାହିଁ। ଏସଡିପିଓଙ୍କୁ କହିଲି, ସେ ଆଇଆଇସିଙ୍କୁ କହିଲେ, ତଥାପି ଶୁଣିଲେନି। ଶେଷକୁ ଏସପିଙ୍କୁ ଫୋନ କରି ମୃତଦେହ ଥାନାରେ ରଖିଦେବି କହିଥିଲି। ଏସପି କହିଲା ପରେ ସେ ଆଇଆଇସି ଏଫଆଇଆର ରଖିଥିଲେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି।

ସ୍ପାଇଡର ଲୁଟେରା ସତୀଶକୁ ଧରିବାକୁ କିଭଳି ନିର୍ଦେଶ ଦେଇଥିଲେ ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରୀ ହୋଇଥିଲା। ଚୋର ପାତାଳରେ ଥିଲେ ବି ଧରିବାକୁ ମୁଁ ନିର୍ଦେଶ ଦେଇଥିଲି। ଅତ୍ୟାଧୁନିକ ଟେକ୍ନୋଲୋଜି ବଳରେ ଚୋର ଧରିବାକୁ ନିର୍ଦେଶ ଦେଇଥିଲି। ସବୁବେଳେ ଦ୍ୱିତୀୟ ଓ ତୃତୀୟ ମହଲାକୁ ଟାର୍ଗେଟ କରୁଥିଲା ଲୁଟେରା। ଶେଷରେ ପୁଲିସ ସଫଳ ହେଲା ଏବଂ ସ୍ପାଇଡର ସତୀଶକୁ ଧରିଲା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking