32.1 C
Bhubaneswar
Sunday, March 29, 2026
Homeଦେଶ ବିଦେଶପୁଣି ସଙ୍କେତ ଦେଲେ ଜେଲେନ୍‌ସ୍କି; ମୋଦୀ ଚାହିଁଲେ ଯୁଦ୍ଧକୁ ରୋକିପାରିବେ

ପୁଣି ସଙ୍କେତ ଦେଲେ ଜେଲେନ୍‌ସ୍କି; ମୋଦୀ ଚାହିଁଲେ ଯୁଦ୍ଧକୁ ରୋକିପାରିବେ

କିଭ୍‌: ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାହିଁଲେ ରୁଷ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ରୋକିପାରିବେ। ଯେକୌଣସି ବିବାଦୀୟ ପ୍ରସଙ୍ଗରେ ଭାରତ ଏବଂ ମୋଦୀଙ୍କର ବଡ଼ ମୂଲ୍ୟବୋଧ ରହିଛି। ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆକୁ ସାକ୍ଷାତକାର ଦେବା ଅବସରରେ ଏପ୍ରକାର କିଛି ବଡ଼ ଧରଣର ସଙ୍କେତ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି।

ଜେଲେନ୍‌ସ୍କିଙ୍କ କହିବାନୁସାରେ ଅନ୍ତର୍ଜାତୀୟ ସ୍ତରରେ ଏବେ ଭାରତ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ରେଜ୍ ରହିଛି। ସମଗ୍ର ବିଶ୍ୱସ୍ତରୀୟ ନେତା ଏବେ ଭାରତକୁ ଶୁଣିବାକୁ ଏବଂ ଅନୁସରଣ କରିବାକୁ ଆଗ୍ରହ ବ୍ୟକ୍ତ କରୁଛନ୍ତି। ଭାରତର ନୈତିକତା, କୂଟନୀତି ଏବଂ ଦ୍ୱିପାକ୍ଷିକ ସମ୍ପର୍କରେ ବିଶ୍ୱାସନୀୟତାକୁ ସମଗ୍ର ବିଶ୍ୱ ଏବେ ପ୍ରଶଂସା କରୁଛି। ସୁତରାଂ ରୁଷ୍‌-ୟୁକ୍ରେନ୍ ବିବାଦ କିମ୍ବା ଯୁଦ୍ଧ ହେଉ କିମ୍ବା ଅନ୍ୟ ଯେକୌଣସି ପ୍ରସଙ୍ଗ, ଭାରତ ଏସବୁକୁ ସହଜରେ ସମାଧାନ କରିପାରିବେ। ସାକ୍ଷାତକାର ଅବସରରେ ପଚରାଯାଇଥିବା ଏକ ପ୍ରଶ୍ନ ‘ମୋଦୀ ଦୁଇଦେଶ (ରୁଷ-ୟୁକ୍ରେନ୍‌) ମଧ୍ୟରେ ଆଲୋଚନାର ବାଟ ଫିଟାଇ ଯୁଦ୍ଧର ଅବସାନ ଘଟାଇବାର ସମ୍ଭାବନା ରହିଛି କି?’ର ଉତ୍ତରରେ ଜେଲେନସ୍କି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଜେଲେନସ୍କିଙ୍କ କହିବାନୁସାରେ ଏହା ନିଃସନ୍ଦେହ। ବାସ୍ତରେ ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପକ୍ଷେ ହିଁ ଏଭଳି କରିବା ସମ୍ଭବ। କିନ୍ତୁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ଯେହେତୁ ଯୁଦ୍ଧ ଆମ ଦେଶରେ ହେଉଛି ଆମକୁ ଶାନ୍ତି ଆଲୋଚନା କରିବା ଜରୁରୀ।

ପ୍ରକାଶ, ଦୁଇ ଦେଶ ମଧ୍ୟରେ ଅଢ଼େଇ ବର୍ଷରୁ ଅଧିକ ସମୟ ଧରି ଯୁଦ୍ଧ ଲାଗି ରହିଥିବା ବେଳେ ଗତ ମାସରେ ରୁଷ ସେନା ୟୁକ୍ରେନ ଉପରେ ଭାରି ପଡ଼ିଛି। ଡୋନବାସ ଅଞ୍ଚଳରେ ରୁଷ ସେନା ଅଗ୍ରସର ହେବା ପରେ ୟୁକ୍ରେନ ସେନା ଉପରେ ଚାପ ବୃଦ୍ଧି ପାଇଛି। ଅନ୍ୟପଟେ ଆଗକୁ ଖୁବଶୀଘ୍ର ଆମେରିକା ନିର୍ବାଚନ ହେବାର ରହିଛି। ଡୋନାଲ୍ଡ ଟ୍ରମ୍ପ ବିଜୟୀ ହେଲେ ୟୁକ୍ରେନକୁ ଆମେରିକାର ସମର୍ଥନ ମିଳିବା କଷ୍ଟକର ହୋଇପଡ଼ିବ। ଯାହା ଜେଲେନସ୍କିଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ। ଏବେ ସମୟରେ ମଧ୍ୟ ୟୁକ୍ରେନ୍‌କୁ ରୁଷ୍ ବିପକ୍ଷ ଯୁଦ୍ଧରେ ଆମେରିକୀୟ ପ୍ରତିରକ୍ଷା ସାମଗ୍ରୀର ବ୍ୟବହାର କରିବା ଉପରେ କେତେକ କଟକଣା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking