24.1 C
Bhubaneswar
Saturday, October 26, 2024
Homeଦେଶ ବିଦେଶଏନସିପିରେ ଯୋଗ ଦେଲେ ଜିଶାନ ସିଦ୍ଦିକି

ଏନସିପିରେ ଯୋଗ ଦେଲେ ଜିଶାନ ସିଦ୍ଦିକି

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନୀ ମାହୋଲ ଏବେ ଜୋର ଧରିଥିବା ବେଳେ ଉଭୟ କଂଗ୍ରେସ ଏବଂ ଏନ୍‌ସିପି (ଶରଦ ଚନ୍ଦ୍ର ପୱାର) ଦଳ ପାଇଁ ବଡ଼ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି। ଦିବଂଗତ ବରିଷ୍ଠ ଶରଦ୍ ପୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କ ପୁଅ ତଥା କଂଗ୍ରେସ ନେତା ଜିଶାନ ସିଦ୍ଦିକି ଶୁକ୍ରବାର ଆଶ୍ଚର୍ଯ୍ୟଜନକ ଭାବେ ଅଜିତ୍ ପୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପିରେ ଯୋଗ ଦେଇଛନ୍ତି। ଆଜି ବିଧିବଦ୍ଧ ଭାବେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ଜିଶାନ। ସେ ବାନ୍ଦ୍ରା (ପୂର୍ବ) ଆସନରୁ ବିଧାନସଭା ନିର୍ବାଚନ ଲଢିବେ।
ଜିଶାନ୍‌ଙ୍କୁ ଟିକଟ ଦେଇ ସହାନୁଭୂତି ଭୋଟ୍ ହାତେଇବା ପାଇଁ ଲକ୍ଷ୍ୟ ରଖିଥିବା ଶରଦ୍ ପୱାରଙ୍କ ଦଳ ଏନ୍‌ସିପି ପାଇଁ ଏକ ଏକ ଶକ୍ତ ଝଟ୍‌କା ସଦୃଶ ହୋଇଥିବା ବେଳେ କଂଗ୍ରେସ ମଧ୍ୟ ଏହି କାରଣରୁ ସମସ୍ୟାରେ ପଡ଼ିଯାଇଛି। ଅନ୍ୟପକ୍ଷେ ଜିଶାନ୍ ଏନ୍‌ସିପିରେ ଯୋଗଦେବା ମାତ୍ରେ ଅଜିତ ପୱାର ତାଙ୍କୁ ଟିକେଟ ଦେବାକୁ ଘୋଷଣା କରିଛନ୍ତି। ଏଥର ମଧ୍ୟ ସେ ତାଙ୍କ ପୁରୁଣା ବିଧାନସଭା ନିର୍ବାଚନମଣ୍ଡଳୀ ବାନ୍ଦ୍ରା ଇଷ୍ଟରୁ ନିର୍ବାଚନ ଲଢ଼ିବେ। ପ୍ରକାଶ, ବାପା ବାବା ସିଦ୍ଦିକିଙ୍କ ଭଳି ଜିଶାନ ସିଦ୍ଦିକି ମଧ୍ୟ ରାଜନୀତିରେ ସକ୍ରିୟ ରହିଛନ୍ତି। ନିକଟ ଅତୀତରେ ସେ କଂଗ୍ରେସ ଟିକଟରେ ଲଢ଼ି ବିଧାୟକ ହୋଇଥିଲେ। କିନ୍ତୁ କିଛି ଦିନ ପୂର୍ବେ କୌଣସି କାରଣରୁ କଂଗ୍ରେସ ତାଙ୍କୁ ଦଳରୁ ବହିଷ୍କାର କରିଥିଲା। ତେବେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ପକ୍ଷରୁ ତାଙ୍କ ବାପା ବାବା ସିଦ୍ଦିକିଙ୍କୁ ହତ୍ୟା କରାଯିବା ପରେ ଜିଶାନ୍ ଏବେ ଅଜିତ୍ ପୱାରଙ୍କ ଦଳ ଏନ୍‌ସିପିରେ ମିଶିଛନ୍ତି।
ବାନ୍ଦ୍ରା ପୂର୍ବ ବିଧାୟକ ଜିଶାନ ସିଦ୍ଦିକିଙ୍କ ସହ ଏନସିପି ଅଜିତ ପୱାରଙ୍କ ଦଳରେ ଆଉ ୪ଜଣ ନେତା ମଧ୍ୟ ଯୋଗ ଦେଇଛନ୍ତି। ଏହି ନେତାଙ୍କ ମଧ୍ୟରେ ତସଗାଓଁ କଭଠେରୁ ସଞ୍ଜୟ କାକା ପାଟିଲ, ୱାରୁଡ଼ ମୁର୍ସିରୁ ଦେବେନ୍ଦ୍ର ଭୁୟାର, ଇସଲାମପୁରର ନିଶିକାନ୍ତ ପାଟିଲ ଏବଂ ପୂର୍ବତନ ବିଜେପି ସାଂସଦ ତଥା ଲୋହା କାନ୍ଦାହାରର ପ୍ରତାପ ଚିଖଲିକର ସାମିଲ ଅଛନ୍ତି। କଂଗ୍ରେସରେ ଥିବାବେଳେ ଜିଶାନ ୨୦୧୯ରେ ଏହି ଆସନରୁ ପ୍ରାର୍ଥୀ ହେବା ସହ ବିଜୟୀ ମଧ୍ୟ ହୋଇଥିଲେ। ଚଳିତ ନିର୍ବାଚନରେ ଜିଶାନଙ୍କୁ ଟକ୍କର ଦେବେ ଉଦ୍ଧବ ଠାକରେଙ୍କ ଭଣଜା ବରୁଣ ସରଦେସାଇ। ମହାରାଷ୍ଟ୍ରର ସମସ୍ତ ୨୮୮ ଆସନରେ ଆସନ୍ତା ୨୦ ତାରିଖରେ ଭୋଟ ହେବ। ୨୩ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking