ମୟୁରଭଞ୍ଜ : ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜିନତକୁ ଏନକ୍ଲୋଜରରୁ ବାହାର କରାଯାଇ ଜଙ୍ଗଲରେ ଛାଡିଛି ବନ ବିଭାଗ । ଶିମିଳିପାଳର ଉତ୍ତର ଡିଭିଜନ କୋର ଓରିଆ୍ରଏ ବାଘୁଣୀ ଜିନତକୁ ଛଡାଯାଇଛି । ଏନେଇ ସୂଚନା ଦେଇଛନ୍ତି ଶିମିଳିପାଳ ଆରସିସିଏଫ । ଗତ ୧୩ ତାରିଖରେ ମହାରାଷ୍ଟ୍ରର ତଡବା ଜଙ୍ଗଲରେ ଜିନତକୁ ଟ୍ରାଙ୍କୁଲାଇଜର କରାଯିବା ପରେ ଏକ ସ୍ୱତନ୍ତ୍ର ଗାଡିରେ ଶିମିଳିପାଳକୁ ଅଣାଯାଇଥିଲା । ୧୪ ତାରିଖରେ ପହଞ୍ଚିଥିଲା ବାଘୁଣୀ ଜିନତ । ପରେ ଏନକ୍ଲୋଜରରେ ଛଡାଯାଇଥିଲା । କିଛି ଦିନ ତଳେ ଘୁଷୁରୀକୁ ଶିକାର ଖାଇଥିଲା ଜିନତ । ଶିମିଳିପାଳ ଅଭୟାରଣ୍ୟ ବାଘ ବଂଶ ବୃଦ୍ଧି ପାଇଁ ଦେଶର ଉତ୍ତମ ସ୍ଥାନ ବୋଲି ଏନଟିସିଏ ସ୍ପଷ୍ଟ କରିଥିଲା । ଶିମିଳିପାଳକୁ ଦୁଇଟି ମହାବଳ ବାଘୁଣୀ ଜିନତ ଓ ଯମୁନାକୁ ଅଣାଯାଇଛି ।