17.1 C
Bhubaneswar
Sunday, February 8, 2026
Homeଓଡିଶାପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ‘ସେବା ପକ୍ଷ’କୁ ସଫଳ କରିବ ଯୁବମୋର୍ଚ୍ଚା: ଅଭିଳାଷ ପଣ୍ଡା

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ‘ସେବା ପକ୍ଷ’କୁ ସଫଳ କରିବ ଯୁବମୋର୍ଚ୍ଚା: ଅଭିଳାଷ ପଣ୍ଡା

ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଦେଶର ଯୁବାବର୍ଗର ଉନ୍ନତି ପାଇଁ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ଯୁବକମାନଙ୍କ ଦକ୍ଷତା ବୃଦ୍ଧି ସହ ସେମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ତାଙ୍କ ପ୍ରୟାସ ଯୋଗୁ ସାରା ବିଶ୍ୱରେ ଭାରତର ଯୁବବର୍ଗ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । କେବଳ ଯୁବବର୍ଗ ନୁହେଁ ସମାଜ ପ୍ରତ୍ୟେକ କ୍ଷେତ୍ରରେ ମୋଦିଜୀଙ୍କ ଉଲ୍ଲେଖନୀୟ ଅବଦାନ ରହିଛି । ସମାଜର ଗରିବ ଓ ଶୋଷିତ ବର୍ଗର ଉତ୍‌ଥାନ ପାଇଁ କାର୍ଯ୍ୟକରି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ସମସ୍ତେ ମୋଦିଜୀଙ୍କ ଭଳି ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କରିବା ପାଇଁ ମୋଦିଜୀଙ୍କ ଜନ୍ମଦିନକୁ ସେବା ଦିବସ ଭାବେ ପାଳନ କରନ୍ତି । ତାଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ସେବା ପକ୍ଷ ଭାବେ ପାଳନ କରାଯାଏ । ଚଳିତ ବର୍ଷ ମୋଦିଜୀଙ୍କ ୭୫ ତମ ଜନ୍ମଦିବସ ପଡୁଥିବାରୁ ଏହାକୁ ସ୍ମରଣୀୟ ରଖିବା ଉଦ୍ଦେଶ୍ୟରେ ବୃକ୍ଷଚାରା ରୋପଣଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଶିବିର, ରକ୍ତଦାନ ଶିବିର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଜେପି, ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆୟୋଜନ କରାଯିବ । ଏହି ପରିପ୍ରେକ୍ଷୀରେ ସେପ୍ଟେମ୍ବର ୨୧ରେ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ସବୁଠାରୁ ଆକର୍ଷଣୀୟ କାର୍ଯ୍ୟକ୍ରମ “ମୋଦୀ ଯୁବା ମାରାଥନ” ଆୟୋଜନ କରାଯିବ ବୋଲି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଅଭିଳାଷ ପଣ୍ଡା ସୂଚନା ଦେଇଛନ୍ତି।

ଶ୍ରୀ ପଣ୍ଡା କହିଛନ୍ତି ଯେ, ସେବା ପକ୍ଷକୁ ସଫଳ କରିବା ପାଇଁ ଯୁବମୋର୍ଚ୍ଚା ତରଫରୁ ବ୍ୟାପକ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି ଏବଂ ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ କାର୍ଯ୍ୟାଳୟରେ ‘ପ୍ରସ୍ତୁତି ବୈଠକ’ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ ଯୋଗଦେଇ ଯୁବବର୍ଗଙ୍କୁ କାର୍ଯ୍ୟକ୍ରମ ସଫଳ କରିବା ପାଇଁ ମାର୍ଗଦର୍ଶନ ଦେବା ସହିତ ନୂତନ କାର୍ଯ୍ୟକର୍ତାଙ୍କୁ ଏଥିରେ ସାମିଲ କରିବାକୁ ସେ ଆହ୍ୱାନ ଦେଇଥିଲେ । ଆଜିର ପ୍ରସ୍ତୁତି ବୈଠକରେ ଯୁବ ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଓ ଜିଲ୍ଲା ପ୍ରଭାରୀମାନେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking