ଭୁବନେଶ୍ୱର: ୟୁଟ୍ୟୁବ୍ ଚ୍ୟାନେଲ୍ରେ ପ୍ରବଚନ ଦେଉଥିବା ଭଣ୍ଡ ପ୍ରବଚକ ଗିରଫ। ଭରତପୁର ଥାନା ଖଣ୍ଡଗିରି ବାରି ଲୁଟ୍ ଘଟଣାରେ ଏହି ପ୍ରବଚକ ଗିରଫ ହୋଇଛନ୍ତି। ତାଙ୍କଠାରୁ ୨ ଶହ ଗ୍ରାମ ସୁନା, ୧ ଲକ୍ଷ କ୍ୟାଶ, ବାଇକ୍, ଲୁହା ରଡ୍ ଜବତ କରାଯାଇଛି। ଯୁବକ ଜଣକ କଟକର ବାସିନ୍ଦା ହୋଇଥିବେ ନେଇ ମିଳିଛି ସୂଚନା। ସେ ଏକ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରବଚନ ଦେଉଥିଲେ। ଚୋରି କରିବା ଅପରାଧ, ଏହାକୁ କିପରି ରୋକା ଯାଇ ପାରିବ ସେସମ୍ପର୍କରେ ଲୋକମାନଙ୍କୁ ପ୍ରବଚନ ଦେଉଥିଲେ। ମାତ୍ର ନିଜେ ଚୋରି କରି ବନ୍ଧା ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।










