ଭୁବନେଶ୍ୱର: ପୁଣି ଆତ୍ମାହୁତି ଉଦ୍ୟମ । ଭୁବନେଶ୍ୱରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ । ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇଛନ୍ତି ଯୁବକ । ଖଣ୍ଡଗିରିର ଘରୋଇ କଲେଜରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନାରୁ ଜଣାପଡିଛି ଯେ ପାରିବାରିକ ବିବାଦରୁ ଯୁବକ ଜଣଙ୍କ ଆତ୍ମାହୁତିର ଉଦ୍ୟମ କରିଛନ୍ତି । ଯୁବକଙ୍କ ଘର ଯାଜପୁର ଜିଲ୍ଲା ବିଂଝାରପୁରରେ । ଗୋଟିଏ ଘରୋଇ କଲେଜରେ ଆଣ୍ଟେଡାଣ୍ଟ ସେ ଅଛନ୍ତି । ପୋଲିସର ସୂଚନା ଅନୁସାରେ, ଭାଇ ଭଉଣୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ଯୁବକ ଜଣଙ୍କ ମାନସିକ ଅବସାଦଗ୍ରସ୍ତ ହୋଇ କଲେଜକୁ ଆସିଥିଲେ । ତାପରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇଛି । ଶରୀରର ୧୫ ପ୍ରତିଶତ ପୋଡିଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଆତ୍ମାହୁତି ଦେବା ଏକ ଟ୍ରେଣ୍ଡ ପାଲଟିଛି ।










