କଟକ: ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଏଭଳି ଅଭାବନୀୟ ଘଟଣା କଟକ ଜିଲ୍ଲା ନିଆଳି ଥାନା ଓଳାଂଶ ଗାଁରୁ ଆସିଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ତେବେ ଯୁବକ ଜଣଙ୍କ କାହିଁକି ମରିଲେ , କଣ କାରଣ ହୋଇଥାଇପାରେ ତାହା ଅସ୍ପଷ୍ଟ ରହିଛି । ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ପରିବାର ଲୋକଙ୍କ ମନରେ ଏନେଇ ଶୋକର ଛାୟା ଖେଳିଯାଇଛି ।










