ନୂଆଦିଲ୍ଲୀ: ମୁମ୍ବାଇର ପ୍ରତିଶା ନଗର, ଆନିକ ଡିପୋରେ ଏକ ଆଶ୍ଚର୍ଯ୍ୟଜନକ ଜିନିଷ ଦେଖିବାକୁ ମିଲିଥିଲା । ଯେତେବେଳେ ରନୱାଲ କନଷ୍ଟ୍ରକ୍ସନ କୋଠା ନିକଟରେ ଥିବା ଏକ ଡ୍ରେନ୍ ରୁ ଦୁର୍ଗନ୍ଧ ଆସିଥିଲା । ପରେ ଦେଖିବାରୁ ଏକ ପଚିଯାଇଥିବା ପୁରୁଷ ମୃତଦେହ ମିଳିଥିଲା ।ଜଣେ ପଥଚାରୀ ମୃତଦେହକୁ ଦେଖି ତୁରନ୍ତ ନିୟନ୍ତ୍ରଣ କକ୍ଷକୁ ଖବର ଦେଇଥିଲେ । ଖବର ପାଇ ୱାଡାଲା ଟିଟି ପୋଲିସ ଏବଂ ରାୱଲି କ୍ୟାମ୍ପ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାସ୍ଥଳରେ ପଡିଥିବା ମୃତଦେହର ପୁନରୁଦ୍ଧାର କାର୍ଯ୍ୟ ପରେ, ଅଗ୍ନିଶମ ବିଭାଗ ମୃତଦେହକୁ ଉଦ୍ଧାର କରି ସିଓନ ହସ୍ପିଟାଲକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ। ମୃତକ ଜଣକ ୫୦ ବର୍ଷରୁ ଅଧିକ ବୟସର ବୋଲି ଅନୁମାନ କରାଯାଉଛି । ସେ ଗତ ୧୦ ଦିନ ଧରି ନିଖୋଜ ଥିବା ଜଣାପଡ଼ିଛି । ପୋଲିସ ଏକ ଏହି ଘଟଣା ଉପରେ ଏକ ମାମଲା ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିଛି ।