ନୂଆଦିଲ୍ଲୀ: ଆଜିକାଲି ମଣିଷ ମଣିଷକୁ ମାରିବା ସ୍ୱାଭାବିକ ହୋଇଗଲାଣି । କେହି ଜମି ପାଇଁ ଜୀବନ ନେଉଛନ୍ତି , ଆଉ କେହି ବିବାହ ପାଇଁ ଜୀବନରୁ ମାରିଦେଉଛନ୍ତି । ଏଭଳି ଏକ ଘଟଣା ଲୁଧିଆନାରୁ ଆସିଛି । ସୂଚନା ଯୋଗ୍ୟ ବୁଧବାର ସକାଳେ ଲୁଧିଆନାର ଶେରପୁର ଅଞ୍ଚଳରେ ନୀଳ ପ୍ଲାଷ୍ଟିକ ଡ୍ରମ ଭିତରୁ ଜଣେ ବ୍ୟକ୍ତିଙ୍କ ପଚିଯାଇଥିବା ମୃତଦେହ ଉଦ୍ଧାର ହୋଇଛି । ମୃତଦେହଟି ଏକ ବେଡସିଟରେ ଗୁଡା ହୋଇ ବେକ ,ଏବଂ ଗୋଡ ରଶିରେ ବନ୍ଧି ହୋଇ ପ୍ଲାଶ୍ଟିକ ବସ୍ତାରେ ଆବଦ୍ଧ କରାଯାଇ ଖାଲି ପଡିଆକୁ ଫିଙ୍ଗି ଦିଆଯାଇଥିଲା । ବହୁ ଦିନ ପରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲେକେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ମୃତଦେହକୁ ଦେଖିଲା ପରେ ଏକ ପ୍ରବାସୀଙ୍କ ମୃତଦେହ ବୋଲି ଜଣାପଡୁଛି । ଶରୀର ଅଧିକ ଦିନ ରହି ପଚିଯାଇଥିବାରୁ କ୍ଷତ ହୋଇଥିବା ଚିହ୍ନ ଦେଖାଯାଉନି । ପୋଷ୍ଟମର୍ଟମ ମାଧ୍ୟମରେ ସଠିକ କାରଣ ଜଣାପଡିବ ବୋଲି ପୋଲିସ ଅଧିକାରୀ କହିଛନ୍ତି । ଅଧିକାରୀ ମାନେ ଆହୁରି କହିଛନ୍ତି ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥାଇପାରେ । ଡ୍ରମଟି କେବଳ ମୃତଦେହର ବ୍ୟବହାର ପାଇଁ କିଣାଯାଇଥିଲା । ଅପରାଧ ସ୍ଥଳରର ପାଞ୍ଚ କିଲୋମିଟର ମଧ୍ୟରେ ଥିବା ସିସିଟିଭି ଫୁଟେଜକୁ ଯଞ୍ଚ କରି ତଦନ୍ତ ଆରମ୍ଭ କରୁଛି । ପୋଲିସ ଲୁଧିଆନାରେ ୪୨ଟି ଡ୍ରମ ତିଆରି ଅଞ୍ଚଳକୁ ଠାବ କରିଛି । ପୋଲିସ ସେମାନଙ୍କୁ ପଚରା ଉଚରା କରୁଛି ।










