36.1 C
Bhubaneswar
Thursday, March 5, 2026
Homeଓଡିଶାବାଲିଅନ୍ତାରେ ଯୁବକଙ୍କ ସନ୍ଦେହ ଜନକ ଆତ୍ମହତ୍ୟା

ବାଲିଅନ୍ତାରେ ଯୁବକଙ୍କ ସନ୍ଦେହ ଜନକ ଆତ୍ମହତ୍ୟା

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ପୂରଣପ୍ରଧାନ ଗାଁରେ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ଯୁବକ ହେଲେ ମନୋଜ ନାୟକ ଓରଫ ମୁନ୍ନା । ସୂଚନା ଅନୁସାରେ ମନୋଜଙ୍କ ପରିବାରରେ ଅଧିକାଂଶ ସମୟରେ କଳହ ଉପୁଜିଥିଲା । ତେବେ ବୁଧବାର ସନ୍ଧ୍ୟାରେ କଳହ ସବୁ ସୀମା ଟପିଯାଇଥିଲା । ମାନସିକ ଭାରସାମ୍ୟ ହରାଇ ଘର ଭିତରେ ରଶି ଲଗାଇ ଝୁଲି ପଡିଥିଲେ ମନୋଜ । ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଳକାଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ କ୍ୟାପିଟାଲ ହସ୍ପିଟାଲକୁ ନିଆ ଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ବାଳକାଟୀ ଫାଣ୍ଡି ପୁଲିସ ମୃତଦେହ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପ୍ରକ୍ରିୟା ଜାରି ରଖିଛନ୍ତିା ଅନ୍ୟପକ୍ଷରେ ସମ୍ପତ୍ତି ବିବାଦ ପାଇଁ ମୁନା ଆତ୍ମହତ୍ୟା କରିଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking