29.1 C
Bhubaneswar
Saturday, February 7, 2026
Homeଓଡିଶାଜମିବାଡ଼ି ବିବାଦକୁ ନେଇ ଯୁବକଙ୍କୁ ଗଳା କାଟି ହତ୍ୟା

ଜମିବାଡ଼ି ବିବାଦକୁ ନେଇ ଯୁବକଙ୍କୁ ଗଳା କାଟି ହତ୍ୟା

କଣ୍ଟାବାଞ୍ଜି : ଘର ବାହାରେ ଶୋଇଥିବା ବେଳେ ଜଣଙ୍କୁ ଗଳା କାଟି ହତ୍ୟା। ବଲାଙ୍ଗିର ଜିଲ୍ଲା ତୁରେକେଲା ଖୁଜେନ ଗାଁରେ ହତ୍ୟାକାଣ୍ଡ । ଜମିବାଡ଼ି ବିବାଦକୁ ନେଇ ଗଳା କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଖୁଜେନ ଗାଁର ତୁଲାରାମ ଜାନି । ସେ ରାତିରେ ଘର ବାହାରେ ଶୋଇଥିବେଳେ ଗଳାକାଟିଥିଲେ ଦୁର୍ବୃତ୍ତ। ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ  ପରିବାର ଲୋକେ ତୁରେକେଲା ମେଡିକାଲକୁ ନେଇଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଜମିବାଡ଼ି ବିବାଦକୁ ନେଇ ହତ୍ୟା କରିଥିବା ମୃତକଙ୍କ ଝିଅ କହିଛନ୍ତି। ହତ୍ୟା ଘଟଣାରେ ୪ ଜଣଙ୍କ ଅଟକ ରଖି ତଦନ୍ତ କରୁଛି ତୁରେକେଲା ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking