ରାୟଗଡା: ଯୁବକଙ୍କୁ ପଥରରେ ଛେଚି ହତ୍ୟା । ରାସ୍ତାକଡରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ, ସେ ଅମ୍ବଦଳାର ବାସିନ୍ଦା ବୋଲି ଜଣାପଡିଛି । ରାୟଗଡା ଜିଲ୍ଲାର ଅମ୍ବଦଳା ଥାନା ରେଲୱେ ଗେଷ୍ଟ ହାଉସ୍ ନିକଟରେ ରାସ୍ତାକଡରେ ପଡିଥିଲା ମୃତଦେହ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି ।










