ବୌଦ୍ଧ: ବସ୍ ଭିତରେ ଯୁବକଙ୍କୁ ମଦ୍ୟପର ଛୁରାମାଡ । ବାଉଁଶୁଣୀ ଥାନା ଅଞ୍ଚଳରେ ମଦ୍ୟପ ଯୁବକର ଉନ୍ମତ୍ତକାଣ୍ଡ । ସୂଚନା ଅନୁସାରେ, ବସ୍ ଭିତରେ ମଦ୍ୟପ ଜଣଙ୍କ ମହିଳାଙ୍କୁ ଅସଦାଚରଣ କରୁଥିଲେ । ଜଣେ ଯୁବକ ପ୍ରତିବାଦ କରିବାରୁ ଛୁରିରେ ଆକ୍ରମଣ କରିଥିଲେ । ଏହା ପରେ ଗୁରୁତର ଯୁବକଙ୍କୁ ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ୍କୁ ଜବତ କରିବା ସହ ମଦ୍ୟପ ଯୁବକକୁ ଅଟକ ରଖି ପଚରାଉଚରା କରୁଛି ।










